Latest Odisha News

ପୁରୀରେ ଆରମ୍ଭ ହେଲା ଦେଶର ଦ୍ୱିତୀୟ ବେଦ ବିଦ୍ୟାଳୟ

ପୁରୀ: ପୁରୀରେ ଲୋକାର୍ପିତ ହୋଇଛି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ନୂତନ ଶିକ୍ଷାନୀତି ଆଧାରରେ ପୁରୀରେ ଜଗନ୍ନାଥଙ୍କ ନାମରେ ନାମିତ ଏହି ବେଦ ବିଦ୍ୟାଳୟକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରରେ ଏହି ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ ଆରମ୍ଭ ହୋଇଛି । ଏଥିରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବେଦ, ଧର୍ମଶାସ୍ତ୍ର ସହ ବିଭିନ୍ନ କୈାଶଳ ବିକାଶର ପାଠ୍ୟକ୍ରମ ପଢ଼ାଯିବ । ସର୍ବଭାରତୀୟ ସ୍ତରରେ ସମୁଦାୟ ପାଞ୍ଚଟି ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ ପୁରୀରେ ଏହା ଆରମ୍ଭ ହେବା ଗୌରବର ବିଷୟ ।

ଏହାଛଡା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରରେ ହିନ୍ଦୁ ଷ୍ଟଡିଜ୍ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଥମଥର ପାଇଁ ଏହି ବିଶ୍ଵବିଦ୍ୟାଳୟ ପରିସରରେ ହିନ୍ଦୁ ଷ୍ଟଡିଜର ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ । ଏହି ବିଭାଗରେ ୪୦ଟି ସିଟ୍ ରହୁଥିବା ବେଳେ ବେଦ ଦର୍ଶନ‌ ଓ ପାରମ୍ପରିକ ଧର୍ମଶାସ୍ତ୍ର ସମ୍ପର୍କରେ ଶିକ୍ଷାଦାନ କରାଯିବ ।

ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପରିସରରେ ଅନୁଷ୍ଠିତ ଏହି ଉଦଘାଟନ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଜ୍ଞ ଓ ପୂଜାପାଠ କରି ବେଦ ବିଦ୍ୟାପାଠର ଶୁଭାରମ୍ଭ କରିଛନ୍ତି । ଉଦଘାନୀ ସମାରୋହରେ ପୁରୀ ଓ ବ୍ରହ୍ମଗିରି ବିଧାୟକ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀନିବାସ ବରଖେଡି, ବେଦ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.