ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଧନ୍ୟବାଦ ଦେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ । ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ପଦକ୍ଷେପ ନେଇଥିବା ବେଳେ ପ୍ରଥମରୁ ଭାରତ ଏହା ଦାବି କରି ଆସୁଥିଲା । ଦୁଇ ଦେଶ ମଧ୍ୟରେ ୩୦ ଦିନିଆ ଯୁଦ୍ଧ ବିରତି ପାଇଁ ଆମେରିକା ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଯାହାକୁ ସ୍ବାଗତ କରିଛନ୍ତି ରାଷ୍ଟ୍ରପତି ପୁତିନ।
ଯୁଦ୍ଧବିରତି ପାଇଁ ୟୁକ୍ରେନ ରାଜି ହୋଇଥିବା ବେଳେ ରୁଷିଆ ମଦ୍ୟ ତାର ଦାବିପତ୍ର ପ୍ରଦାନ କରିଛି । ଯାହା ସ୍ପଷ୍ଟ କରି ଦେଇଛି ମସ୍କୋ ମଧ୍ୟ ଯୁଦ୍ଧବିରତି ପାଇଁ ରାଜି ଅଛି । ଆମେରିକାର ଏହି ପଦକ୍ଷେକୁ Promising, Not complete ବୋଲି କହିଛନ୍ତି ପୁତିନ । ୨୦୨୨ରୁ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଯୁଦ୍ଧରେ ବିରାମ ଲଗାଇବାକୁ ୩ ସପ୍ତାହ ହେବ ଆମେରିକା ପ୍ରୟାସ ଚଳାଇଛି ।
ୟୁକ୍ରେନକୁ ମିଳୁଥିବା ସମସ୍ତ ପ୍ରକାର ସାମରିକ ସହାୟତା ବନ୍ଦ କରି ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା କରିଛନ୍ତି । ସେହିଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମି୍ର ପୁତିନଙ୍କ ସସହ ମଧ୍ୟ ଭର୍ଚୁଆଲରେ ଆଲୋଚନା କରିଛନ୍ତି ଟ୍ରମ୍ପ ।
Comments are closed.