Latest Odisha News

BREAKING NEWS

ଜେଲନସ୍କିଙ୍କ ଚାଂଚଲ୍ୟକର ବୟାନ, ପୁତିନଙ୍କୁ ତାଙ୍କ ନିଜ ଲୋକ ମାରିବେ !

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ୟୁକ୍ରେନକୁ ୟୁରୋପ ଦେଶର ସହାୟତା ଏବଂ ରୁଷିଆ ସମର୍ଥନରେ ଚୀନ ରହିବାରୁ ଏହା ତୀବ୍ର ହେବା ଆଶଙ୍କା କରାଯାଉଛି । ଇତି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିୟର ଜେଲେନସ୍କି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଖୁବ ଶୀଘ୍ର ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ମୃତ୍ୟୁବରଣ କରିବେ । ତାଙ୍କ ନିଜ ଲୋକ ହତ୍ୟା କରିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । କ୍ରିମିୟନ ପେନିନସୁଲାର ୟୁକ୍ରେନ ନିଜ ନିୟନ୍ତ୍ରଣକୁ ନେବା ପରେ ଏହି ଯୁଦ୍ଧ ଏକ ପ୍ରକାର ଶେଷ ହେବ । ତା ମଧ୍ୟରେ ରୁଷ ବାସୀ ପୁତିନଙ୍କ କାମ ଶେଷ କରି ଦେଇଥିବେ ।

BjdElectrycity

କେତେକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ପୁତିନଙ୍କ କେତେକ ନିଷ୍ପତି ନେଇ ତାଙ୍କ ନିଜ ଲୋକ ବିରୋଧ କରିବା ଆରମ୍ଭ କରିଛନ୍ତି । ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ବିରୋଧ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ସବୁକୁ ଆଖି ଆଗରେ ରଖି ଜେଲେନସ୍କି ଉପରୋକ୍ତ ଭବିଷ୍ୟବାଣୀ କରିଥିବା ଅନୁମାନ କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ପୁତିନ ଅସୁସ୍ଥ ଅଛନ୍ତି ଏବଂ ସେ ବେଶୀ ଦିନ ବଂଚିବେ ନାହିଁ ।

Leave A Reply

Your email address will not be published.