Latest Odisha News

ବିଡବ୍ଲ୍ୟୁଏଫ ଆଥଲେଟ୍ସ କମିଶନ ସଦସ୍ୟ ହେଲେ ସିନ୍ଧୁ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ ପଦକ ଜିତିଥିବା ଭାରତର ପିଭି ସିନ୍ଧୁଙ୍କୁ ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନ ଆଥଲେଟ କମିଶନ ସଦସ୍ୟ ଭାବେ ଚୟନ କରିଛି । ୨୬ ବର୍ଷୀୟା ସିନ୍ଧୁ ଅନ୍ୟ ୫ଜଣ ସଦସ୍ୟଙ୍କ ସହ ୨୦୨୫ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ଏହାର ଅନ୍ୟ ସଦସ୍ୟମାନେ ହେଲେ ଆଇରିଶ ୱାଙ୍ଗ (ଆମେରିକା), ରବିନ ଟେବଲିଂ (ନେଦରଲାଣ୍ଡ), ଗ୍ରେସିୟା ପୋଲି (ଇଣ୍ଡୋନେସିଆ), କିମ ସୋୟାଙ୍ଗ (କୋରିଆ) ଓ ଚୀନର ଝେଙ୍ଗ ସି ୱେଇ ।

ଖୁବ୍ ଶୀଘ୍ର ଏହି ୬ ସଦସ୍ୟଙ୍କ ମଧ୍ୟରେ ସଭାପତି ଚୟନ କରାଯିବ । ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ଓ ଟୋକିଓରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ବ୍ୟତୀତ ବିଶ୍ୱ ଚାମ୍ପିୟନଶିପରେ ୧ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Comments are closed.