Latest Odisha News

BREAKING NEWS

ଅବସର ନେଇ ପିଭି ସିନ୍ଧୁଙ୍କ ଟୁଇଟ, କଭି ହାଁ କଭି ନାଁ

ମାଡ୍ରାସ: ସୋମବାର ଭାରତର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ତାଙ୍କ ପ୍ରଶଂସକଙ୍କୁ ବଡ ଝଟକା ଦେଇଥିଲେ । ପରେ ଅବଶ୍ୟ ସବୁ କିଛି ଠିକ୍ ହୋଇଯାଇଥିଲା । ଆସନ୍ତୁ ଜାଣିବା ଘଟଣା କଣ ? ଅଲିମ୍ପିଆନ୍ ପିଭି ସିନ୍ଧୁ ସୋମବାର ସକାଳେ ଟୁଇଟ କରିଥିଲେ ଆଇ ରିଟାୟର । ବାସ୍ ପ୍ରଶଂସକମାନେ ନିରାଶ ହେବା ସହ ଏ ନେଇ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ପରେ ଜଣାପଡିଥିଲା ସିନ୍ଧୁ କରିଥିବା ଟୁଇଟରେ ଆଉ ଏକ ପେଜ୍ ଥିଲା । ସେଥିରେ ସେ ଲେଖିଛନ୍ତି ମୁଁ ଖେଳରୁ ନୁହେଁ ନକାରାତ୍ମକ, ଡର, ଅନିଶ୍ଚିତତା ଓ ହାଲିଆରୁ ଅବସର ନେଉଛି ।

କରୋନା ମହାମାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଲେଖିଥିଲେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଡ ଶଟ ମାରି ମୁଁ ହରାଇପାରିବି । ମାତ୍ର କିପରି ଏହି ଅଦୃଶ୍ୟ ଶକ୍ତି ବିରୋଧରେ ଜିତିବି ଯିଏ କି ସାରା ଦୁନିଆକୁ ଗ୍ରାସ କରିଛି । ଏବେ ବି ଘରୁ ବାହାରିଲା ବେଳକୁ ଚିନ୍ତା କରିବାକୁ ପଡୁଛି । ସୋସିଆଲା ସାଇଟରେ ଅନେକ ଦୁଃଖୀଙ୍କ କାହାଣୀ ପଢ଼ିଛି । ପ୍ରକୃତରେ ଆମେ କେଉଁ ଦିଗକୁ ଯାଉଛେ… ?  ସୂଚନାଯୋଗ୍ୟ, ୨୦୧୯ରେ ସିନ୍ଧୁ ଭାରତ ପକ୍ଷରୁ ପ୍ରଥମ ବିଶ୍ୱ ଚାମ୍ପିୟନ ହୋଇଥିଲେ । ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଡେନମାର୍କ ଓପନରୁ ଓହରିଯିବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ସେଥିପାଇଁ ଉପରୋକ୍ତ ଟୁଇଟ ଲୋକଙ୍କୁ ସନ୍ଦେହରେ ପକାଇଥିଲା ।

Leave A Reply

Your email address will not be published.