Latest Odisha News

BREAKING NEWS

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁଙ୍କ ହାର ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ମାଲେସିଆ ଓପନ ସେମିଫାଇନାଲରେ ହାରି ଯାଇଛି । ତାଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ ହୋଇଯାଇଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଚୀନର ୱାଙ୍ଗ ହି ୟି ୨୧-୧୬, ୨୧-୧୫ ସିଧାସଳଖ ସେଟରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ଏବେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୮ ନମ୍ବର ସ୍ଥାନରେ ଥିବା ସିନ୍ଧୁ କିନ୍ତୁ ଚଳିତ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିଲେ । ଆଘାତ ସମସ୍ୟାରୁ ମୁକୁଳିବା ପରେ ସିନ୍ଧୁଙ୍କ ଏହା ବଡ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଥିଲା ।

ପ୍ରଥମ ଗେମରେ ଏକଦା ୧୪-୧୪ ସମାନ ସ୍ଥିତି ଥିବା ବେଳେ ସିନ୍ଧୁ ବାରମ୍ବାର ଅନାବଶ୍ୟକ ତ୍ରୁଟି କରିବା ଯୋଗୁୁ ମ୍ୟାଚ ହାତଛଡା କରିଥିଲେ । ସେହିପରି ଦ୍ୱିତୀୟ ଗେମରେ ସିନ୍ଧୁ ୧୧-୬ ଆଗରେ ରହିଥିଲେ । ଏହା ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କ୍ରମାଗତ ୯ ପଂଏଟ ଜିତି ସିନ୍ଧୁଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଏହି ମ୍ୟାଚ ୫୨ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।

Leave A Reply

Your email address will not be published.