Latest Odisha News

BREAKING NEWS

ଜାପାନର ହିନା ଅକିଚିଙ୍କୁ ହରାଇ ଫ୍ରେଞ୍ଚ ଓପନ୍‌ର ଫାଇନାଲରେ ପ୍ରବେଶ କଲେ ପି.ଭି. ସିନ୍ଧୁ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ ପଦକ ବିଜେତା ତଥା ଭାରତର ଷ୍ଟାର୍ ଶଟଲର୍ ପି.ଭି. ସିନ୍ଧୁ ଫ୍ରେଞ୍ଚ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ  ସେମିଫାଇନାଲ୍ ମୁକାବିଲାରେ ସେ ଜାପାନର ପ୍ରତିଦ୍ୱନ୍ଦ୍ୱୀ ହିନା ଅକିଚିଙ୍କୁ ପରାସ୍ତ କରିଛନ୍ତି । ୩୧ ବର୍ଷୀୟା ସିନ୍ଧୁ ବିଶ୍ୱର ୨୨ ନମ୍ବର ଖେଳାଳି ହିନା ଅକିଚିଙ୍କୁ ୨୧-୧୦, ୨୦-୨୨, ୨୧-୧୬ ସେଟ୍‌ରେ ମାତ୍ ଦେଇଛନ୍ତି । ଏହି କଡ଼ା ମୁକାବିଲାଟି ପ୍ରାୟ ୧ ଘଣ୍ଟା ୧୩ ମିନିଟ୍ ଧରି ଚାଲିଥିଲା । ସିନ୍ଧୁ ଆରମ୍ଭରୁ ଦମଦାର ପ୍ରଦର୍ଶନ କରି ମାତ୍ର ୧୮ ମିନିଟ୍‌ରେ ପ୍ରଥମ ଗେମ୍ ୨୧-୧୦ରେ ନିଜ ନାମରେ କରିଥିଲେ ।

ଦ୍ୱିତୀୟ ଗେମ୍‌ରେ ଜାପାନୀ ଖେଳାଳି ଜୋରଦାର ପ୍ରତ୍ୟାବର୍ତ୍ତନ କରି ୨୨-୨୦ରେ ଏହାକୁ ଜିତି ନେଇଥିଲେ । ନିର୍ଣ୍ଣାୟକ ତଥା ତୃତୀୟ ଗେମ୍‌ରେ ସିନ୍ଧୁ ଆଉ କୌଣସି ଭୁଲ୍ କରି ନଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରି ୨୧-୧୬ରେ ଗେମ୍ ଜିତି ମ୍ୟାଚ୍ ଏବଂ ଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରିଥିଲେ ।  ଚାମ୍ପିୟନଶିପ୍ ଟାଇଟଲ୍ ପାଇଁ ଫାଇନାଲ୍ ମ୍ୟାଚ୍‌ରେ ସିନ୍ଧୁଙ୍କ ମୁକାବିଲା ଦକ୍ଷିଣ କୋରିଆର ବିଶ୍ୱର ଏକ ନମ୍ବର ଖେଳାଳି ଏନ୍ ସେ ୟଙ୍ଗଙ୍କ ସହ ହେବ । ଉଭୟଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୧୦ଟି ମ୍ୟାଚ୍‌ରେ ଏନ୍ ସେ ୟଙ୍ଗ୍ ସମସ୍ତ ମ୍ୟାଚ୍ ଜିତିଥିବାରୁ, ସିନ୍ଧୁଙ୍କ ପାଇଁ ଫାଇନାଲ୍ ମୁକାବିଲାଟି ଏକ ବଡ଼ ଚାଲେଞ୍ଜ୍ ହେବ ।

Leave A Reply

Your email address will not be published.