ସମ୍ବଲପୁର: ସମ୍ବଲପୁରରେ ଭୟାଙ୍କର ଅଗ୍ନିକାଣ୍ଡ । ଜଳୁଛି ପ୍ଲାଷ୍ଟିକ ଗୋଦମ । ବିପୁଳ ମାତ୍ରରେ ଥିବା ପିଭିସି ପାଇପ ହୁତୁହୁତୁ ହୋଇ ଜଳିଛି । ସମ୍ବଲପୁର ଜିଲ୍ଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ ସୋମବାର ସକାଳ ୯ଟା ୩୦ରେ ହଠାତ୍ ଲାଗି ଯାଇଛି ନିଆଁ । ଚାହୁଁ ଚାହୁଁ ଏହି ନିଆଁ ପୂରା ଗୋଦାମକୁ ବ୍ୟାପି ଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ମାନେଶ୍ୱର ତହସିଲ ଅଧୀନ ଗୁଣ୍ଡେରପୁରରେ ହଠାତ ନିଆଁ ଲାଗି ଯାଇଥିଲା । ସାରା ଇଲାକା ଧୂଆଁ ମୟ ହେଇଯିବା ନିଆଁର ଲେଲିହାନ ଶିଖା ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆୟତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ।
ଅଗ୍ନିଶମ ବିଭାଗ ଦୀର୍ଘ ସମୟ କସରତ ପରେ ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ବିପୁଳ ପରିମାଣର ପିଭିସି ପାଇବ ପୋଡି ନଷ୍ଟ ହୋଇଯାଇଛି ।କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ଏପରିକି , କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଇଲେକ୍ଟ୍ରି ସଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
Comments are closed.