ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ବାର୍ଟର ପରିସରରୁ ଏକ ଅଜଗର ସାପକୁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ନେକ୍ ହେଲପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ କ୍ବାର୍ଟର ନମ୍ବର ବି-୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରାଯାଇଥିଲା। ଖବରପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ଦେଖିବା ବେଳକୁ ସାପଟି କ୍ୱାଟର ମଧ୍ୟରେ ଥିବା ଏକ ଗଛ ଉପରକୁ ଚଢିଯାଇଥିଲା। ଏହାପରେ ସଦସ୍ୟ ସ୍ୱାଧିନ କୁମାର ସାହୁ କୌଶଳ କ୍ରମେ ସାପଟିକୁ ଗଛ ଉପରୁ ତଳକୁ ଆଣି କାବୁ କରିଥିଲେ। ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୬ ଫୁଟ ରହିଥିବା ସ୍ନେକ ହେଲପ ଲାଇନ ସଦସ୍ୟ ସ୍ବାଧୀନ ପ୍ରକାଶ କରିଛନ୍ତି। ସେହିପରି ଉଦ୍ଧାର ସାପଟିକୁ ବୁଧବାର ବନ ବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି।
BREAKING NEWS
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
Comments are closed.