Latest Odisha News

[ଭିଡିଓ] ବିରାଟ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର : ଉଦ୍ଧାର ହେଲା ବିରାଟ ଅଜଗର । ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ପାଖରେ ଜେସିବି ମେସିନ ଦ୍ୱାରା ମାଟି ଖୋଳାକାମ ଚାଲିଥିଲା । ଠିକ୍ ଏହି ସମୟରେ ପୁରୁଣା ଆମ୍ବଗଛଟିକୁ ଓପାଡିବା ସମୟରେ ଅଜଗର ସାପକୁ ଜେସିବି ମେସିନ ଡ୍ରାଇଭର ଓ ଶ୍ରମିକ ମାନେ ଦେଖିଥିଲେ ।

ସାପଟି ଗଛ କୋରଡରେ ଆଶ୍ରୟ ନେଇଥିବା ଶ୍ରମିକମାନେ ଦେଖିଥିଲେ । ପରେ ଶ୍ରମିକ ମାନେ ସାପଟିକୁ ଉଦ୍ଧାର ପାଇଁ ସଦର ରେଞ୍ଜ କାର୍ଯ୍ୟାଳୟକୁ ଫୋନ୍ କରିଥିଲେ । ସଦର ବନ କର୍ମଚାରୀ ମାନେ ଜିଲ୍ଲା ପୋଲିସ ସ୍ନେକ ହେଲପ ଲାଇନକାର୍ଯ୍ୟ କରୁଥିବା ପ୍ରମୋଦ ଦାସିଆଙ୍କୁ ନେଇ ଘଟଣାସ୍ଥଳରୁ ସାପଟିକୁ ଉଦ୍ଧାର କରିଥିଲେ ।

ଅନ୍ୟପଟେ ସାପଟିକୁ ଦେଖିବା ପାଇଁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା । ପରେ ସାପଟିକୁ ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.