Latest Odisha News

BREAKING NEWS

ଭାରତର ପୂର୍ବତନ ୮ଜଣ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଲା କାତାରର କୋର୍ଟ

ନୂଆଦିଲ୍ଲୀ: କାତାରର ଏକ କୋର୍ଟ ଭାରତର ୮ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରିଦେଇଛି । ଭାରତ ସରକାର କାତାର କୋର୍ଟଙ୍କ ନିଷ୍ପତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ କିପରି ମୁକୁଳିବେ ସେ ନେଇ ଆମେ ଉଦ୍ୟମ ଆରମ୍ଭ କରିଛୁ । ସବୁଠାରୁ ବଡ କଥା ଭାରତ କିମ୍ବା କାତାର ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି ଯେ, ଏହି ୮ଜଣ କେଉଁ ଦୋଷ ନେଇ ଦଣ୍ଡିତ ହୋଇଛନ୍ତି । ଅଲ ଅହର କମ୍ପାନୀର ୮ଜଣ ଭାରତୀୟ କର୍ମଚାରୀଙ୍କ ସହ ଜଡିତ ଏହି ମାମଲାର ଶୁଣାଣୀ କରି କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି ।

୩୦ ଅଗଷ୍ଟ ୨୦୨୨ ରାତିରେ ଏମାନଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସ୍ୱତନ୍ତ୍ର କାରାଗାରରେ ଅଲଗା ରଖାଯାଇଛି । ବୁଡା ଜାହଜ କାର୍ଯ୍ୟକ୍ରମ ଉପରେ ଏହି ନୌସେନା ଅଧିକାରୀମାନେ ଜାସୁସୀ କରୁଥିଲେ ବୋଲି ଅଭିଯୋଗ କରାଯାଇଛି । ଭାରତୀୟ ନୌସେନାରୁ ଅବସର ନେବା ପରେ ସେମାନେ କତାରର ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ । ଏହି କମ୍ପାନୀ କତରୀ ଏମିରୀ ନୌସେନାକୁ ପ୍ରଶିକ୍ଷଣ ଏବଂ ଅନ୍ୟ ସେବା ଯୋଗାଉଥିଲା ।

Comments are closed.