Latest Odisha News

BREAKING NEWS

ରାଜ୍ୟ ବାହାରୁ ମାଲକାନଗିରିକୁ ଆସିଲେ ଆଇସୋଲେସନ ବାଧ୍ୟତାମୂଳକ

ମାଲକାନଗିରି : କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ, ଆରମ୍ଭ ହେଲାଣି କଟକଣା । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଜିଠୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ, ଏଣିକି ବାହାର ରାଜ୍ୟରୁ ମାଲକାନଗିରିକୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ନବ୍ୟାପିବା ପାଇଁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ୭ ଦିନିଆ ସଙ୍ଗରୋଧରେ ରହିବାକୁ ହେବ ବୋଲି କହିଛି ପ୍ରଶାସନ ।

ଜିଲ୍ଲାରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ୨୦୦ ଲୋକଙ୍କୁ ଅନୁମତି ଦେଇଛି ପ୍ରଶାସନ । ଏହାସହ ମାସ୍କ, ସାମାଜିକ ଦୂରତା ପରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଛୁଟିରେ ଗଲେ ଜିଲ୍ଲାସ୍ତରୀୟ ଅଧିକାରୀ ଗସ୍ତସୂଚୀ ଦେବେ ବୋଲି କୁହାଯାଇଛି । କଟକଣାକୁ କଡ଼ାକଡ଼ି କରିବା ପାଇଁ ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.