Latest Odisha News

BREAKING NEWS

କଙ୍ଗନାଙ୍କ ଗାଡି ଆଗରେ ବିକ୍ଷୋଭ

ଚଣ୍ଡୀଗଡ: ପଙ୍ଗା କୁଇନ କଙ୍ଗନା ରାନାୱତ ଆଜି ପଞ୍ଜାବ ଯାଉଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଚଣ୍ଡୀଗଡ-ଉନା ହାଇୱେ ନିକଟରେ କୃଷକମାନେ ତାଙ୍କ ଗାଡି ଅଟକାଇ ଦେଇଥିଲେ । ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ପ୍ରାୟ ୧ ଘଂଟା ଧରି ବିକ୍ଷୋଭକାରୀମାନେ କଙ୍ଗନାଙ୍କୁ ଅଟକାଇ ରଖିଥିଲେ । ବହୁ କଷ୍ଟରେ ସେଠାକୁ ମୁକୁଳିବା ପରେ କଙ୍ଗନା ସୋସିଆଲ ସାଇଟରେ ଏହି ଘଟଣାକୁ ଶେୟାର କରିଛି । ମୁଁ ଜଣେ ରାଜନେତା ନୁହେଁ, ଅନ୍ୟମାନଙ୍କ ପରି ମୁଁ ମଧ୍ୟ ମୋ ମତ ସୋସିଆଲ ସାଇଟରେ ରଖିଥାଏ । ଯଦି ପୋଲିସ ନ ଥାନ୍ତା ତାହାହେଲେ କଣ ହୋଇଥାନ୍ତା ତାହା ମୁଁ ଚିନ୍ତା କରିପାରୁନି ବୋଲି ସେ ଲେଖିଛନ୍ତି ।

ସୂଚନାଯୋଗ୍ୟ, କୃଷକମାନଙ୍କୁ ଖଲିସ୍ତାନୀ ସମ୍ବୋନ୍ଧିତ କରିଥିବାରୁ ସେମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ପରମବୀର ସିଂ, ସୁଶାନ୍ତ ସିଂ ରାଜପୁତ ଏବଂ ଆର୍ଯ୍ୟନ କେସରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.