Latest Odisha News

BREAKING NEWS

ଇଂଲଣ୍ଡ ଟିମକୁ ପ୍ରଥମେ ପଠାଇବା ନେଇ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଅସନ୍ତୁଷ୍ଟ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟରେ ଏକ ବିବାଦ ଉପୁଜିଛି । ମିଡିଲ ଇଷ୍ଟରେ ଅଶାନ୍ତି ଲାଗି ରହିଥିବାରୁ କେତେକ ଟିମ ଭାରତରେ ଫସି ରହିଛନ୍ତି । ୱେଷ୍ଟଇଣ୍ଡିଜ ମାର୍ଚ୍ଚ ୧ରୁ, ଦକ୍ଷିଣ ଆଫ୍ରିକା ୪ରୁ ଏବଂ ଇଂଲଣ୍ଡ ୬ ତାରିଖରୁ ଭାରତରେ ଫସି ରହିଛନ୍ତି । ଆଇସିସି ଇଂଲଣ୍ଡ ଟିମକୁ ପ୍ରଥମେ ପଠାଇବା ପାଇଁ ବ୍ୟବସ୍ଥା କରିଛି । ଯାହାକୁ ନେଇ ଅନ୍ୟ ଟିମ ଅସନ୍ତୋଷ ବ୍ୟକ୍ତ କରିଛି ।

ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକ ସୋସିଆଲ ମିଡିଆରେ ଲେଖିଛନ୍ତି ଆମେ ଜାଣି ପାରୁ ନାହୁଁ ଇଂଲଣ୍ଡ ଟିମ କାହିଁକି ପ୍ରଥମେ ଫେରିବ । ବୋଧହୁଏ କେତେକ ଟିମର ପ୍ରଭାବ ଅନ୍ୟଠାରୁ ଅଧିକ ରହିଥାଏ । ସମସ୍ତ ଟିମକୁ ଉପଯୁକ୍ତ ସମ୍ମାନ ମିଳିବ ଉଚିତ । ୱେଷ୍ଟଇଣ୍ଡିଜ କୋଚ ଡାରେନ ସାମୀ ମଧ୍ୟ ବ୍ୟସ୍ତ ବିବତ୍ର ହୋଇ ଘରକୁ ଫେରିବାକୁ ଚାହାନ୍ତି ବୋଲି ଲେଖିଥିଲେ । ରିପୋର୍ଟ ମୁତାବକ ଆଇସିସି ଚାର୍ଟର୍ଡ ଫ୍ଲାଇଟର ବ୍ୟବସ୍ଥା କରିଛି । ମାର୍ଚ୍ଚ ୭ରେ ଇଂଲଣ୍ଡ ଟିମ ମୁମ୍ବାଇରୁ ସିଧା ଲଣ୍ଡନ ଯିବେ । ଏହା ପରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା କୋଲକାତାରୁ ଜୋହାନ୍ସବର୍ଗ ଯିବେ । ସେଠାରୁ ୱେଷ୍ଟଇଣ୍ଡିଜ ଟିମ ଆଂଟିଗୁଆ ଅଭିମୁଖେ ଯିବ । ଇଂଲଣ୍ଡକୁ ଆଗ ପଠାଇବା ନେଇ ଆଇସିସି ପକ୍ଷରୁ କୌଣସି ବୟାନ ଦିଆଯାଇନି ।

Leave A Reply

Your email address will not be published.