Latest Odisha News

ସ୍ୱୀଡେନ ପରେ ଡେନମାର୍କରେ ଜଳାଗଲା କୁରାନ

କୋପେନହାଗେନ: ସ୍ୱୀଡେନ ପରେ ଡେନମାର୍କରେ ମଧ୍ୟ କୁରାନର କପିକୁ ପୋଡାଯାଇଛି । ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଦକ୍ଷିଣ ପନ୍ଥୀ ନେତା ରାସମସ ପଲୁଦାନ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ତୁର୍କୀରେ ମଧ୍ୟ ଦୂତାବସ ଆଗରେ ଏହି କାଣ୍ଡ ରଚିଥିଲେ । ପଲୁଦାନଙ୍କ ପାଖରେ ଉଭୟ ସ୍ୱୀଡେନ ଓ ଡେନମାର୍କର ନାଗରିକତା ରହିଛି । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ତୁର୍କୀ ରାଷ୍ଟ୍ରପତି ରେଚପେ ତୈୟପ୍ପେ ଅର୍ଦ୍ଦାଆନ ସ୍ୱୀଡେନରକୁ ନାଟୋରେ ସାମିଲ କରିବା ପାଇଁ ସମର୍ଥନ ନ କରିବେ ପ୍ରତ୍ୟେକ ଜୁମେରେ ମୁଁ ଏହି କାର୍ଯ୍ୟ କରିବି ।

ପଲୁଦାନ ଏହି କାଣ୍ଡକୁ ନେଇ ପାକିସ୍ତାନ, ଇରାକ, ଲେବାନନରେ ତୀବ୍ର ବିରୋଧ କରାଯାଇଛି । ଏହି ସବୁ ସ୍ଥାନରେ ଥିବା ସ୍ୱୀଡେନ ଦୂତାବସ ଆଗରେ ସେମାନେ ବିକ୍ଷୋଭ କରିଛନ୍ତି । ୟୁଏନ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏହା ଦ୍ୱାରା ଅଶାନ୍ତି ବ୍ୟାପିବ ବୋଲି ଆଶଙ୍କା କରାଯାଉଛି ।

Comments are closed.