ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପାଇଁ ନୁହେଁ-କୋରାନ ପ୍ରଦର୍ଶନୀରେ ଏମିିତି ବାର୍ତ୍ତା ବାଣ୍ଟିଲେ ଅହମଦିୟା ମୁସଲିମ ସମ୍ପ୍ରଦାୟ
ଭୁବନେଶ୍ୱର: ଅହମଦିୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଭୁବନେଶ୍ୱର ମସଜିଦ ହମଦ ୟୁନିଟ୍ ୪ ଠାରେ ଏକ କୋରାନ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ଆଦେଶ ଅନୁଯାୟୀ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ପବିତ୍ର ଗ୍ରନ୍ଥ କେନାରା ଶିକ୍ଷାକୁ ଲୋକ ଲୋଚନରେ ପ୍ରାଞ୍ଜଳ ଭାବରେ ବୁଝାଇବା ଏବଂ ଏହା ଶିକ୍ଷା ଅନୁଯାୟୀ ଜୀବନ ଅତିବାହିତ କରିବା ଏବଂ ପବିତ୍ର କୋରାନ ବିଷୟ ରେ ଉଠୁଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେବା ପାଇଁ ଏକ ପ୍ରୟାସ କରାଯାଇଥିଲା ।
ଗୁରୁ ଜରତ ମିର୍ଜା ମସରୁର ଅହମଦ କହିଛନ୍ତି, ପବିତ୍ର କୋରାନକୁ ନେଇ ବିବାଦ ଚାଲିଥିବାବେଳେ ବିଭିନ୍ନ ମୁସଲମାନ ଗୋଷ୍ଠୀଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିଛି । ଏହି ସମୟରେ ଆମ୍ଭେମାନେ ପବିତ୍ର କୋରାନର ଶାନ୍ତିମୟ ଶିକ୍ଷାକୁ ପ୍ରାଞ୍ଜଳ ଭାବରେ ଲୋକମାନଙ୍କ ସମୁଖରେ ରଖିବା । ଯେଉଁ ଲୋକମାନେ ଏପରି ବିବାଦ ସୃଷ୍ଟି କରିବାର ଉଦ୍ୟମ କରୁଛନ୍ତି ଏହି ଧର୍ମ ବିଷୟରେ ଜାଣିବେ ଏବଂ ଏହି ଧର୍ମ ଗ୍ରନ୍ଥ ଉପରେ ଦୋଷ ଲଗାଇବାକୁ ଚେଷ୍ଟା କରିବେ ନାହିଁ ।
ଅହମଦିୟା ସମ୍ପ୍ରଦାୟ ୭୬ ଭାଷାରେ ପବିତ୍ର କୋରାନ ଅନୁବାଦ କରିସାରିଅଛି । ଏହି ପଦର୍ଶନୀ ରେ ୨୦ରୁ ଅଧିକ ଭାଷାରେ ଅନୁବାଦ ହୋଇଥିବା ପବିତ୍ର କୋରାନ ପଦର୍ଶନ କରା ଯାଇଥିଲା । ଏହି ଅବସରରେ ‘ପ୍ରେମ ସଭିଙ୍କ ପାଇଁ ଘୃଣା କାହା ପାଇଁ ନୁହେଁ” ର ସ୍ଲୋଗାନ ଦେଇ ପ୍ରତେକ ଜାତି ଗୋଷ୍ଠୀକୁ ଆମନ୍ତ୍ରିତ କରା ଯାଇଥିଲା । ନିଜ ଏବଂ ଅନ୍ୟ ମାନଙ୍କ ଧର୍ମଗ୍ରନ୍ଥ ପ୍ରତି ସମ୍ମାନ ସମସ୍ତଙ୍କ ହୃଦୟରେ ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ଥିଲା ।
Comments are closed.