Latest Odisha News

ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ବ୍ୟାକଅପ୍ ଆର ଅଶ୍ବିନ୍?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ ପୂର୍ବରୁ ଆହତ ଅକ୍ଷର ପଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି। ତେବେ ପ୍ରଥମ ଦୁଇଟି ଦିନିକିଆରେ ୪ଟି ଓ୍ୱିକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି । ବିଶ୍ୱକପରେ ସେ ଦଳ ପାଇଁ ସ୍ପିନର ଭାବେ ବିଶ୍ୱସନୀୟ ବ୍ୟାକଅପ୍ ବିକଳ୍ପ ହୋଇପାରିବେ ବୋଲି ବିଶ୍ୱାସ ରଖିଛନ୍ତି।

ଅଶ୍ୱିନ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ମ୍ୟାଚରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ରୋହିତ ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ ଦୀର୍ଘ ଦିନ ଧରି ଅଶ୍ନିନ ଅନ୍ତର୍ଜାତୀୟ ଦିନିକିଆ ଖେଳିନଥିଲେ ମଧ୍ୟ ଯେଉଁଭଳି ଭାବେ ସେ ତାଙ୍କ ଫର୍ମ ଓ ଲୟକୁ ଫେରିଛନ୍ତି ତାହା ସ୍ବାଗତଯୋଗ୍ଯ। ଏପରି ପ୍ରଦର୍ଶନ ଦଳର ଆତ୍ମବିଶ୍ବାସ ବଢ଼ାଇଛି। ସେ ଆଶା ରଖିଛନ୍ତି ଯେ ଏହି ସମୟରେ ଯେଉଁଭଳି ସ୍ଥିତି ରହିଛି, ତାହା ଆମ ପାଇଁ ଭଲ କାମ କରିବ, କାରଣ ଆମେ ସବୁ ବ୍ୟାକ୍ଅପ୍ ପ୍ରସ୍ତୁତ କରିସାରିଛୁ। ଆମେ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଇଛୁ ବୋଲି ସେ କହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ନେଇଥିବା ରୋହିତ ଭାରତୀୟ ଦଳ ସଫଳତାର ସହ ଚ୍ୟାଲେଞ୍ଜକୁ ଅତିକ୍ରମ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ଆମେ ଖେଳିଥିବା ଶେଷ ୧୦ଟି ଦିନିକିଆରେ ମୁଁ ବହୁତ ଖୁସି। ଅନେକ ଖେଳାଳି ଫର୍ମକୁ ଫେରିଛନ୍ତି ଏବଂ ବୋଲରମାନେ ଅନେକ ୱିକେଟ ନେଉଛନ୍ତି। ଗତ କିଛି ମ୍ୟାଚରେ ଆମେ ଦେଖିଥିଲୁ ଯେ ଆଘାତରୁ ଫେରି ଆସିଥିବା ଖେଳାଳିମାନେ ନିଜ ଫିଟନେସକୁ ପ୍ରମାଣିତ କରିଛନ୍ତି।

Leave A Reply

Your email address will not be published.