ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ହର୍ଷିତ ରାଣାଙ୍କ ଚୟନ ନେଇ ମତ ରଖିଛନ୍ତି । ହର୍ଷିତଙ୍କ ଚୟନକୁ ନେଇ ଅନେକ ପୂର୍ବତନ ଖେଳାଳି ଗ୍ରହଣ କରିପାରି ନାହାନ୍ତି । ହର୍ଷିତ ଏବେ ଭାରତ ପକ୍ଷରୁ ୩ଟି ଯାକ ଫର୍ମାଟରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିିଛନ୍ତି । କେକେଆର ଓ କୋଚ ଗୌତମ ଗମ୍ଭୀରଙ୍କ ସହ ତାଙ୍କର ଭଲ ସମ୍ପର୍କ ଯୋଗୁ ସେ ସୁଯୋଗ ପାଇଛନ୍ତି ବୋଲି ଅଭିଯୋଗ ହେଉଛି । ଏବେ ଅଶ୍ୱୀନ କହିଛନ୍ତି ଯେ, ଚୟନକମିଟି ତାଙ୍କୁ କାହିଁକି ବାଛିଲେ ତାହା ମୁଁ ଜାଣିନି । ଅଷ୍ଟ୍ରେଲିଆରେ ଆମକୁ ଏପରି ଏକ ବୋଲରର ଆବଶ୍ୟକତା ଥିଲା ଯିଏ ବ୍ୟାଟିଂ କରିପାରିବ ।
ମୁଁ ଭଲ ଭାବେ ଜାଣିଛି ସେ ୮ ନମ୍ବର ସ୍ଥାନରେ ଦଳ ପାଇଁ ଆବଶ୍ୟକ ବ୍ୟାଟିଂ କରି ନ ପାରନ୍ତି । ହଁ ସେ ବୋଲର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ନିକଟରେ ବୋଲିଂ ଦକ୍ଷତା ନାହିଁ କହିଲେ ମୁଁ ଗ୍ରହଣ କରିପାରିବି ନାହିଁ । ଅଧିନାୟକ, କୋଚ ଓ ଚୟନ କମିଟି ତାଙ୍କୁ ଚୟନ କରିଛନ୍ତି । ପୂର୍ବରୁ ରବୀନ୍ଦ୍ର ଜାଡେଜା ଓ ମୋ ଚୟନ କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ଆମେ ଆମ ଦକ୍ଷତା ପ୍ରତିପାଦିତ କରିଥିଲୁ । ହର୍ଷିତ ଯଦି ଅଷ୍ଟ୍ରେଲିଆ ଗସ୍ତରେ ନିଜକୁ ପ୍ରମାଣିତ କରିପାରିବେ ତେବେ ଆମେ ସବୁ ଜାଣିବା ତାଙ୍କ ନିକଟରେ ଦକ୍ଷତା ରହିଛି ।
Comments are closed.