Latest Odisha News

BREAKING NEWS

ପିତା ଆର ମାଧବନଙ୍କଠାରୁ ଅଧିକ ପ୍ରଶଂସା ସାଉଁଟୁଛନ୍ତି ପୁଅ ବେଦାନ୍ତ

ନୂଆଦିଲ୍ଲୀ: କୌଣସି ଚଳଚ୍ଚିତ୍ରରେ ଡେବ୍ୟୁ ନକରି ବଲିଉଡ ଷ୍ଟାରକିଡମାନେ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଆମ ନିକଟରେ ଏମିତି ଜଣେ ଷ୍ଚାରକିଡ ଅଛନ୍ତି ଯିଏ ୧୭ ବର୍ଷ ବୟସରେ ସାରା ଦେଶ ତଥା ବିଦେଶରେ ନିଜର କଳା ଦ୍ୱାରା ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ଆର ମାଧବନଙ୍କ ପୁତ୍ର ବେଦାନ୍ତ ମାଧବନ। ବେଦାନ୍ତ ବଲିଉଡରେ ନୁହେଁ ବରଂ ସନ୍ତରଣରେ ନିଜର ଭବିଷ୍ୟତ ଗଢୁଛନ୍ତି । କେବଳ ଏତିକି ନୁହେଁ, ସେ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି, ଯେଉଁଥିପାଇଁ ସେ ପ୍ରଶଂସକଙ୍କର ଅତି ପ୍ରିୟ ହୋଇପାରିଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆଇଫା (IIFA) ୨୦୨୩ ର ଗ୍ରୀନ୍ କାର୍ପେଟର ଅଟେ। ଏଥିରେ ସେ ଗାଢ ସବୁଜ ରଙ୍ଗର ସୁଟରେ ନଜର ଆସିଥିଲେ। ଏଥି ସହିତ ସେ ଗଣମାଧ୍ୟମର ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ପ୍ରଶଂସା ନ କରି ରହିପାରିଲେ ନାହିଁ। ଏନେଇ ଜଣେ ୟୁଜର୍ସ ଲେଖିଛନ୍ତି, ସେ ଜାଣନ୍ତି କି ତାଙ୍କ ବୟସର ଝିଅମାନେ ତାଙ୍କ ପିତାଙ୍କ ଉପରେ ଫିଦା ଅଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଆର ମାଧବନଙ୍କ ଡିଏନ୍ଏ ସତେରେ କାମ କଲା। ବେଦାନ୍ତ ନିଜ ପିତାଙ୍କ ପରି ଅନେକ ସୁନ୍ଦର। ଆର ମାଧବନ୍ ନବେ ଦଶକରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିଲେ ଏବଂ ତାଙ୍କ ପୁଅ ଏହି ସମୟରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି।

ସୂଚନାଯୋଗ୍ୟ, କ୍ୱାଲାଲମ୍ପୁରରେ ଏପ୍ରିଲ୍ ୧୩-୧୬ ରେ ଆୟୋଜିତ ମାଲେସିଆ ଇନଭିଟେଶନାଲ ଏଜ୍ ଗ୍ରୁପ ଚାମ୍ପିଅନସିପ୍ ୨୦୨୩ରେ ଆର ମାଧବନଙ୍କ ପୁଅ ବେଦାନ୍ତ ୫୦, ୧୦୦, ୨୦୦, ୪୦୦ ଏବଂ ୧,୫୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ପହଁରିବା ଦିଗରେ ଏକ ଭଲ କ୍ୟାରିୟର କରୁଛନ୍ତି।

Leave A Reply

Your email address will not be published.