Latest Odisha News

BREAKING NEWS

୧ ରେ ପ୍ରେକ୍ଷାଳୟକୁ ଆସିବ ମାଧବନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି’

ମୁମ୍ବାଇ: ଅଭିନେତା ଆର ମାଧବନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’ ଏହାର ରିଲିଜ୍ ତାରିଖ ପ୍ରକାଶ କରିଛି। ଏହା ଏପ୍ରିଲ୍ ୧, ୨୦୨୨ ରେ ମୁକ୍ତିଲାଭ କରିବ। ମାଧବନ୍ କେବଳ ଫିଲ୍ମରେ ଅଭିନୟ କରିନାହାଁନ୍ତି ବରଂ ଏହାର ନିର୍ଦ୍ଦେଶନା ଦେବା ସହ କାହାଣୀ ସଂରଚନା ଏବଂ ନିର୍ମାଣ ମଧ୍ୟ କରିଛନ୍ତି।

ଚଳଚ୍ଚିତ୍ରର ରିଲିଜ୍ ତାରିଖ ସେୟାର୍‌ କରି ମାଧବନ୍ କହିଛନ୍ତି ଯେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରକେଟ୍ରି: ନାମ୍ବି ଇଫେକ୍ଟ’ ୧ ଏପ୍ରିଲ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆପଣ ଆମକୁ ଏପର୍ଯ୍ୟନ୍ତ ଦେଖାଇଥିବା ସମସ୍ତ ସମର୍ଥନ ପାଇଁ ଆମେ କୃତଜ୍ଞ।

ଗୁପ୍ତଚର ଦୁର୍ନୀତିରେ ଧରାପଡିଥିବା ଇସ୍ରୋର ପୂର୍ବତନ ବୈଜ୍ଞାନିକ ନମ୍ବି ନାରାୟଣନଙ୍କ ଜୀବନ ଉପରେ ଆଧାରିତ। ଏହା ହିନ୍ଦୀ, ତାମିଲ ଏବଂ ଇଂରାଜୀ ସମେତ ଏକାଧିକ ଭାଷାରେ ଏକକାଳୀନ ସୁଟିଂ କରାଯାଇଛି।

Leave A Reply

Your email address will not be published.