ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପେସ ବୋଲର କାଗିସୋ ରାବାଡାଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ମିଳିଛି । ଗୁଜରାଟ ଟାଇଟାନ୍ସର ଏହି ଷ୍ଟାର ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳିବା ନିଶ୍ଚିତ ହୋଇଛି । ୩୦ ବର୍ଷୀୟ ରାବାଡାଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ସାମୟିକ ଭାବେ ବାସନ୍ଦ କରାଯାଇଥିଲା । ସେ ଆଇପିଏଲ ଖେଳୁଥିବା ବେଳେ ଏହି କାରଣ ଯୋଗୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସେ ସମୟରେ ରାବାଡା ବ୍ୟକ୍ତିଗତ କାରଣ ଯୋଗୁ ସ୍ୱଦେଶ ଯାଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ପରେ ନିଜେ ଡୋପ ଟେଷ୍ଟରେ ଧରା ପଡିଥିବା ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ ।
ଏସଏ୨୦ରେ କରାଯାଇଥିବା ଡୋପ ଟେଷ୍ଟରେ ସେ ଧରା ପଡିଥିଲେ । ଏବେ ବାସନ୍ଦ ଉଠିବା ଫଳରେ ସେ ଆଇପିଏଲ ଏବଂ ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିପାରିବେ । ଦକ୍ଷିଣ ଆଫ୍ରିକା ଇନଷ୍ଟିଚ୍ୟୁଟ ଅଫ ଡ୍ରଗ ଫ୍ରି ସ୍ପୋର୍ଟ୍ସ ଅନୁସାରେ ରାବାଡା ଟ୍ରିଟମେଂଟ ପ୍ରୋଗ୍ରାମର ୨ଟି ସେଶନ ସନ୍ତୋଷଜନକ ଭାବେ ପୂରଣ କରିଛନ୍ତି । ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିଲା ଏବେ ଏହାକୁ ଉଠାଇ ଦିଆଯାଇଛି ।
Comments are closed.