Latest Odisha News

BREAKING NEWS

ଠେକୁଆ ଚାଷ କରି ଆତ୍ମନିର୍ଭରଶୀଳ ହେଲେ ମହିଳା

କେନ୍ଦ୍ରାପଡ଼ା(ସତ୍ୟଜିତ ତ୍ରିପାଠୀ):ଠେକୁଆ ଯେଗାଇ ଦେଲା ଜୀବିକା । ୟୁଟ୍ୟୁବ ସଜାଡି ଦେଲା ଘର ଓ ପରିବାରର ଆର୍ଥିକ ସ୍ଥିତି । ଘରର ଚାରିକାନ୍ଥ ଭତରେ  ବନ୍ଦୀ ହୋଇ ରହୁଥିଲେ   । ପରିସ୍ଥିତି ପାଖରେ ଅସହାୟ ହୋଇପଡୁଥିଲେ । ହେଲେ ଠେକୁଆ ଦେଖାଇଲା ବାଟ । ଠେକୁଆ ଚାଷ କରି ସେ ଖାଲି ଆତ୍ମନିର୍ଭରଶୀଳ ହୋଇ ନାହାନ୍ତି ବରଂ ପରିବାର ଚଳାଇବାରେ ସକ୍ଷମ ବି ହୋଇ ପାରଛନ୍ତି ।

କେନ୍ଦ୍ରାପଡ଼ା ମିରପାଟଣା ଗ୍ରାମର ଉଦ୍ୟୋଗୀ ମହିଳା ପ୍ରଭାସିନୀ ବେହେରା  । ଘରେ ରହି ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ଦେଖୁଥିଲେ । କିଛି ବାଟ ପାଉ ନ ଥିଲେ । ୟୁଟ୍ୟୁବରୁ ଜାଣିଲେ ଠେକୁଆ ଚାଷ ବିଷୟରେ । ପ୍ରଭାସିନୀ ନିଜସ୍ୱ ଖର୍ଚରେ ଚାରିସହ ସ୍କୋୟାର ଫୂଟ ଘରେ ଆରମ୍ଭ କଲେ ତାଙ୍କର ବ୍ୟବସାୟ । ଶୋଭିଏତ ଚୀନର ଚିଲା, ନିୟୁଜ ଲ୍ୟାଣ୍ଡ ଧଳା, ରେଡ ଆଇ, ବ୍ଲାକ ଆଇ ଆଦି ବିଭିନ୍ନ ପ୍ରଜାତିର ଠେକୁଆ ଛୁଆ ଆଣି ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ଲାଗିଲେ ପ୍ରବାସିନୀ । ପ୍ରଥମେ  ସତୁରିଟି  ଠେକୁଆ  ଆଣି ଚାଷ କରିବା ଆରମ୍ଭ କରିଥିଲେ l ତାହା ଏବେ ଦୁଇଶହରେ ପହଂଚି ସାରିଲାଣି ।

ପ୍ରତି ମାସରେ ଏହି ଠେକୁଆ ଛୁଆ ଦେଇଥାନ୍ତି । ପ୍ରତି୩ ମାସରେ ଠେକୁଆ ବିକ୍ରି ହୋଇଥାଏ । ବିଶେଷତଃ ମାଂସ ପାଇଁ ଏହି ଠେକୁଆ ଚାଷ କରାଯାଇଥାଏ । ତେବେ ଓଡ଼ିଶାରେ ଏହାର ଚାହିଦା ବେଶି ନାହିଁ । ଅବଶ୍ୟ ଓଡ଼ିଶାର କେତେକ ସ୍ଥାନରେ ଏବେ ଠେକୁଆ ଚାଷ ଦେଖିବାକୁ ମିଳୁଛି l କିନ୍ତୁ ଠେକୁଆ ମାଂସ ବେଶୀ ମହଙ୍ଗା ହୋଇଥିବାରୁ ଏହି ଚାଷ  ପ୍ରତି ଆକୃଷ୍ଟ ହୋଇ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚାଷ ଆରମ୍ଭ କରିଥିଲେ ପ୍ରଭାସିନୀ l ଆଉ ମାତ୍ର କିଛି ଦିନ ଭିତରେ ସବୁ ଠେକୁଆଙ୍କୁ ବିକ୍ରି କରିଯିବ l ସେ ନେଇ ଖୋର୍ଦ୍ଧାର ୱୟେନେ ଆଗ୍ରୋ କମ୍ପାନୀ ପ୍ରଭାସିନୀଙ୍କ ସହିତ ଚୁକ୍ତି କରିଛି l

ତେବେ ଓଡ଼ିଶାରେ ଏହାର ବଜାର ସୁବିଧା ନାହିଁ ।  ଠେକୁଆ ଚାଷ ପାଇଁ ସରକାରୀସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ  ରପ୍ତାନି ପାଇଁ ବଜାରର ବ୍ୟବସ୍ଥା କରାଗଲେ ଏହି ଚାଷର ଆହୁରି ପ୍ରଚାର ଓ ପ୍ରସାର ହୋଇପାରିବ ।   ପ୍ରଭାସିନୀଙ୍କ ପରି ବହୁତ ମହିଳା  ସ୍ୱାବଲମ୍ବୀ ହୋଇପାରିବେ l କେନ୍ଦ୍ରାପଡ଼ା ରୁ ସତ୍ୟଜିତ ତ୍ରିପାଠୀ ଙ୍କ ରିପୋର୍ଟ ଓଡିଶା ସମ୍ବାଦ l

Comments are closed.