ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନର ପୂର୍ବ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ଦେଇଛି। ଆଜି ବିଜେପିର କେନ୍ଦ୍ରୀୟ କେନ୍ଦ୍ରୀୟ ଅଫିସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ମେ ୩୧ରେ ଅହି ଆସନ ପାଇଁ ଭୋଟ୍ ପଡ଼ିବ।
ଗତକାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା କରିଥିଲା। ଏବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ବଢିଛି ଚର୍ଚ୍ଚା । ମିଳିଥିବା ସୂଚନା ଅନୁସାରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି।
ବିଧାୟକ ପ୍ରାର୍ଥୀ ରାଧାରାଣୀ ପଣ୍ଡା ଚଳିତ ଥର ଅଘୋଷିତ ବିଦ୍ୟୁତ କାଟ୍, ପ୍ରଦୂଷଣ, ବେକାରୀ, ଚାଷୀ, ମତ୍ସ୍ୟଜୀବୀଙ୍କ ସମସ୍ୟା ସହିତ ମହିଳା ମାନେ ଏଠାରେ ସାମାଜିକ ନ୍ୟାୟ ପାଇପାରୁନାହାନ୍ତି । ଏହାକୁ ନେଇ ନିର୍ବାଚନ ରାଧାରାଣୀ ପଣ୍ଡା ନିର୍ବାଚନ ଲଢିବେ ବୋଲି କହିଥିଲେ।
କିଶୋର ଚନ୍ଦ୍ର ପଟେଲ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବରେ ତିନି ଥର ନିର୍ବାଚିତ ହୋଇଛନ୍ତି । ୧୯୭୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଓଡ଼ିଶା ବିଧାନ ସଭା ଓ ୧୧ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଏହି ଆସନ ବାମପନ୍ଥୀ, କଂଗ୍ରେସ ପରେ ବିଜେପି ହାତରେ ଥିଲା। ହେଲେ ୨୦୧୯ରେ ଏହି ଆସନରୁ ପ୍ରଥମ ଥର ପାଇଁ ବିଜେଡି ବିଜୟୀ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ଆସନ ପାଇଁ ସମସ୍ତ ରାଜନୀତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେଡି ପୁଣିଥରେ ଗଡ ଜିତିବାକୁ ତୃଣମୂଳ ସ୍ତରରୁ ପ୍ରୟାସ ଆରମ୍ଭ କରିଛି। ଗତବର୍ଷ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କର ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । ନିୟମ ଅନୁସାରେ ନିର୍ବାଚିତ ପ୍ରତିନିଧିଙ୍କର ଦେହାନ୍ତ ହେଲେ କିମ୍ବା ଅଯୋଗ୍ୟ ଘୋଷିତ ହେଲେ ୬ ମାସ ମଧ୍ୟରେ ସଂପୃକ୍ତ ଆସନ ପୂରଣ ହେବ। ଅର୍ଥାତ ନିର୍ବାଚନ ଶେଷ ହୋଇ ଜନପ୍ରତିନିନିଧି ବଛାଯିବ । ଏହି ଧାରାରେ ଜୁନ ୩୦କୁ କଣ୍ଟ ପୂରଣ ହେଉଛି।
Comments are closed.