Latest Odisha News

ଭାରତରେ ରାଫେଲ ଡିଲର ଯାଞ୍ଚ କରିବାକୁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ରାଫେଲ ଡିଲକୁ ନେଇ ଫ୍ରାନ୍ସରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବା ପରେ ଭାରତରେ ଏହାକୁ ନେଇ ପୁଣି ସରଗରମ ହୋଇଛି ରାଜନୀତି । ଭାରତରେ ମଧ୍ୟ ରାଫେଲ ଡିଲର ଯାଞ୍ଚ କରାଇବାକୁ ଦାବି କରିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ମିଳିତ ସଂସଦୀୟ କମିଟି ବା ଜେପିସିକୁ ଏହାର ତଦନ୍ତ କରିବାକୁ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ଫ୍ରାନ୍ସ ସହ ରାଫେଲ ଚୁକ୍ତିରେ ୫୯ ହଜାର କୋଟିର ଭ୍ରଷ୍ଟାଚାର ଅଭିଯୋଗ ପରେ, ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫ୍ରାନ୍ସ ସରକାର । ଏଥିପାଇଁ ଫ୍ରାନ୍ସର ଜଣେ ବିଚାରପତିଙ୍କୁ ମାମଲାର ଯାଞ୍ଚ କରିବାକୁ ଦାୟିତ୍ବ ଦିଆଯାଇଛି । ୨୦୧୬ ମସିହାରେ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ତେବେ ଭାରତର ସର୍ବୋଚ୍ଚ କୋର୍ଟ ଏ ନେଇ କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍ ଦେଇ ସାରିଥିଲେ ବି ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଫ୍ରାନ୍ସରେ ଅଭିଯୋଗ ହୋଇଥିଲା । ଏହାପରେ ଜୁନ ୧୪ରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ଯାହାକୁ ନେଇ ଏବେ ବିଜେପି-କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜୀ ।

Leave A Reply

Your email address will not be published.