ଉଦୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଚଢା ଓ ପରିଣୀତି ଚୋପ୍ରା । ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ କରିବେ । ଗତକାଲି ଏହି ଦୁଇ ଜଣଙ୍କର ହଳଦୀ-ମେହେନ୍ଦୀ ରଶମ ସଂପୂର୍ଣ୍ଣ ହୋଇଛି । ଏବେ କେବଳ ଅପେକ୍ଷା ସାତ ଫେରା ଓ ହସ୍ତଗଣ୍ଠିକୁ ।
ଏହି ବିବାହ ଉତ୍ସବରେ ଅନେକ ବଡ଼଼ ବଡ଼ ସେଲିବ୍ରିଟି ଯୋଗ ଦେବା ନେଇ ଖବର ରହିଛି । ହେଲେ ଖାସ କଥା ହେଉଛି ପରିଣୀତି ଏବଂ ରାଘବଙ୍କ ବିବାହରେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏହି ବିବାହରେ ସାମିଲ ହୋଇପାରନ୍ତି । ପ୍ରଥମ ଥର ଅଣ-ରାଜନୈତିକ ପ୍ଲାଟଫର୍ମରେ ଚାରିଟି ରାଜ୍ୟର ସିଏମଙ୍କୁ ଏକାଠି ଦେଖିବାର ମୌକା ମିଳିବ ।
ସୂଚନାଥାଉ ଯେ, ପରିଣୀତି ଚୋପ୍ରା ଏବଂ ରାଘବ ଚଢା ୨୨ ସେପ୍ଟେମ୍ବର ଦିନ ରାଜସ୍ଥାନର ଉଦୟପୁରରେ ପହଞ୍ଚିଥିଲେ। ଉଦୟପୁର ବିମାନବନ୍ଦରରେ ଉଭୟଙ୍କୁ ବେଶ୍ ଧୂମଧାମରେ ସ୍ୱାଗତ କରାଯାଇଥିଲା । ବିବାହ ସ୍ଥାନରେ କଡା ସୁରକ୍ଷା ବଳୟ ଭିତରେ ସେମାନେ ପହଞ୍ଚିଥିଲେ । ସେପ୍ଟେମ୍ବର ୨୦ରୁ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଅଭିନେତ୍ରୀଙ୍କ ମେହେନ୍ଦୀ, ହଲଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହୋଇଛି । ଉଭୟଙ୍କ ବିବାହ ପାଇଁ, ଗତକାଲି ସକାଳୁ ଅତିଥିମାନେ ପହଞ୍ଚିବା ଆରମ୍ଭ କରିଦେଇଥିଲେ ।
Comments are closed.