Latest Odisha News

BREAKING NEWS

କଟକର ଲୋକପ୍ରିୟ ଆଳୁଦମ ଦହିବରା ବ୍ୟବସାୟୀ ରଘୁନାଥ ସାଶମଲଙ୍କ ଦେହାନ୍ତ

କଟକ: କଟକର ପ୍ରସିଦ୍ଧ ରଘୁ ଦହିବରା ମାଲିକ ରଘୁନାଥ ସାଶମଲଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। କଟକ ଏବଂ ବାହାରେ ଦହି ବରା-ଆଳୁଦମ ଖାଦ୍ୟକୁ ଲୋକପ୍ରିୟ କରିବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା।

‘ରଘୁ ମଉସା’ ଭାବରେ ସେ ଲୋକପ୍ରିୟ ଥିଲେ। ସେ କଟକର ବିଡାନାସୀର ଗୋପାଳସାହିରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ଥିଲା। ସେ ମସଲାଯୁକ୍ତ ଆଳୁଦମ ସହିତ ନରମ ଦହିବରା ପ୍ରସ୍ତୁତ କରିଥିଲେ। ତାଙ୍କ ହାତ ଛୁଆଁରେ ଏହାର ସ୍ଵାଦ ଆହୁରି ବଢ଼ିଯାଇଥିଲା।

ଅପରପକ୍ଷରେ ୨୦୧୭ ମସିହାରେ ରଘୁ ଦହିବରା ନୂଆଦିଲ୍ଲୀର ଓଡ଼ିଶା ପର୍ବରେ ରାଜ୍ୟରୁ ପ୍ରତିନିଧିତ୍ୱ କରି ଓଡ଼ିଶା ବାହାରେ ମଧ୍ୟ ଚହଳ ସୃଷ୍ଟି କରିଥିଲେ।

 

Comments are closed.