ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା କରାଯାଇଛି । ଟେଷ୍ଟ ଟିମରେ ଅଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ କରାଯିବା ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ୧୮ ମାସ ପରେ ଟିମ ଇଣ୍ଡିଆକୁ ଫେରିଥିବା ରାହାଣେ ନିଜ ସ୍ଥାନ ମଜଭୁତ କରିପାରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ସେ ୮୯ ଓ ୪୬ ରନର ଇନିଂସ ଖେଳି ସମସ୍ତଙ୍କଚୁ ପ୍ରଭାବିତ କରିଛନ୍ତି । ରିପୋର୍ଟ ମୁତାବକ ବିସିସିଆଇ ରାହାଣେଙ୍କୁ ପରବର୍ତୀ ଟିମ ଇଣ୍ଡିଆ ଅଧିନାୟକ ଭାବେ ପ୍ରୋଜେକ୍ଟ କରିବାକୁ ଚାହୁଁଛି । ୨୦୨୩ ଆଇପିଏଲରେ ମଧ୍ୟ ରାହାଣେଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ରାହାଣେଙ୍କ ନେତୃତ୍ୱ ଦକ୍ଷତାକୁ ମଧ୍ୟ ସମସ୍ତେ ପ୍ରଶଂସା କରିଥାନ୍ତି । ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଭାରତ ୨-୧ରେ ସିରିଜ ଜିତିଥିଲା ।
ତାଙ୍କ ନେତୃତ୍ୱରେ ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲଙ୍କ ପରି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ସଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି । ରାହାଣେ ୧୧ଟି ମ୍ୟାଚରେ ଟିମ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି । ସେଥିରୁ ଭାରତ ୮ଟିରେ ବିଜୟ ହାସଲ କରିଥିବା ବେଳେ ୨ଟି ମ୍ୟାଚ ଡ୍ର ରହିଥିଲା । ଗୋଟିଏ ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ଅଧିନାୟକ ଦାୟିତ୍ୱ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରି ନାହିଁ । ସେ ୬ଟି ଟେଷ୍ଟରେ ୩୫୯ ରନ ସଂଗ୍ରହ କରିଥିଲେ ।
Comments are closed.