Latest Odisha News

BREAKING NEWS

ଏନ୍‌ସିପି ବୈଠକରେ ଅଜିତ ଗୋଷ୍ଠୀର ୫ ବିଧାୟକ ଅନୁପସ୍ଥିତ, ନିର୍ବାଚନରେ ପରାଜୟକୁ ନେଇ ଥିଲେ ଅସନ୍ତୁଷ୍ଟ

ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ। ଅନ୍ୟପଟେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ହେବାର ଦୁଇ ଦିନ ପରେ ରାଜଧାନୀ ଦିଲ୍ଲୀର ରାଜନୈତିକ ଉଷ୍ମତା ଅଧିକ ରହିଛି। ଗୁରୁବାର ନୂତନ ସରକାର ଗଠନକୁ ନେଇ ରାଜନେତାଙ୍କ ମଧ୍ୟରେ ଦିନସାରା ବୈଠକ ଜାରି ରହିଥିଲା। ସରକାର ଗଠନ କରିବା ପୂର୍ବରୁ ବିଜେପି ଏନଡିଏର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଉଛି। ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୯ ଜଣ ସ୍ୱାଧୀନ ସାଂସଦ ମଧ୍ୟ ଏନଡିଏକୁ ସମର୍ଥନ କରିଛନ୍ତି।

ଅନ୍ୟପଟେ ଏନସିପି ମୁଖ୍ୟ ଅଜିତ ପାୱାର ମୁମ୍ବାଇରେ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଅନୁଷ୍ଠିତ ବୈଠକରେ ଏନସିପି ଅଜିତ ପାୱାର ଦଳର ୫ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଅଜିତ ଏନ୍‌ସିପି ବିଧାୟକମାନଙ୍କର ଜରୁରୀ ବୈଠକ ଡାକିଥିବାବେଳେ ସେଥିରେ ୫ ଜଣ ବିଧାୟକ ଅନୁପସ୍ଥିତ ରହିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବୈଠକରେ ଯୋଗ ଦେଇ ନ ଥିବା ବିଧାୟକମାନେ ହେଲେ ଧର୍ମାରାଓ ବାବା ଆତ୍ରାମ୍‌, ନରହରି ଜିର୍‌ଓ୍ବାଲ, ସୁନୀଲ ଟିଙ୍ଗ୍ରେ, ରାଜେନ୍ଦ୍ର ଶିଙ୍ଗାନେ ଏବଂ ଆନ୍ନା ବନ୍‌ସୋଡ୍‌। ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ଏହି ବିଧାୟକମାନେ ଅସନ୍ତୁଷ୍ଟ ଥିଲେ।

ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ବିଚାରବିମର୍ଶ ଲାଗି ଏହି ବୈଠକ ଡକାଯାଇଥିଲା। ତେବେ ଦଳରେ ଫାଟ ସୃଷ୍ଟି ହୋଇଥିବା ଏବଂ କେତେଜଣ ବିଧାୟକ ଶରଦ ପାଓ୍ବାର କ୍ୟାମ୍ପ୍‌ ସହ ଯୋଗାଯୋଗ ରଖିଥିବା ଖବର ପ୍ରକାଶ ପାଇବା ପରେ ଅଜିତ ଦଳୀୟ ବିଧାୟକମାନଙ୍କ ଜରୁରୀ ବୈଠକ ଡାକିଥିବା କୁହାଯାଉଛି। ବୈଠକ ପରେ ଅଜିତ ପାୱାର କହିଛନ୍ତି ଯେ ବାରାମତିରେ ପରାଜୟ ଆଶ୍ଚର୍ଯ୍ୟଜନକ। ଆମେ ଏହା ଉପରେ ମନ୍ଥନ କରାଯିବ। ମୁସଲମାନ ସମାଜ ଆମଠାରୁ ଦୂରେଇ ଯାଇଛନ୍ତି ବୋଲି ଅଜିତ ପାୱାର କହିଛନ୍ତି।

Comments are closed.