ଲଣ୍ଡନ: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ କ୍ୟାରିୟରର ୧୦ମ ଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ରାହୁଲ ଡ୍ରାଭିଡ ଓ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଲର୍ଡସରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏକାଧିକ ଶତକ ମାରିଛନ୍ତି । ଏଠାରେ ସର୍ବାଧିକ ୩ଟି ଶତକ ଦିଲୀପ ଭେଙ୍ଗସରକାର ମାରିଛନ୍ତି । ରାହୁଲ ୨ଟି ଶତକ ସହ ତାଙ୍କ ପଛକୁ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାହୁଲ ଡ୍ରାଭିଡ, ମହମ୍ମଦ ଆଝାରୁଦ୍ଦିନ ଓ ସୌରଭ ଗାଙ୍ଗୁଲି ଗୋଟିଏ ଲେଖାଏଁ ଶତକ ହାସଲ କରି ତାଙ୍କ ପଛକୁ ରହିଛନ୍ତି ।
ରାହୁଲ ୧୭୭ ବଲରେ ୧୩ ଚୌକା ସହାୟତାରେ ଶତକ ପୂର୍ଣ୍ଣ କରିଥିଲେ । ସେ ବିଶ୍ୱର ୧୩ତମ ବ୍ୟାଟ୍ସମ୍ୟାନ ଭାବେ ଭ୍ରମଣକାରୀ ଦଳ ପକ୍ଷରୁ ଲର୍ଡସରେ ଶତକ ମାରିଛନ୍ତି । ସେହିପରି ସେନା ଦେଶରେ ଷଷ୍ଠ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ଶତକ ମାରିଛନ୍ତି । ତାଙ୍କ ଆଗରେ ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ରାହୁଲ ଡ୍ରାଭିଡ ଓ ସୌରଭ ଗାଙ୍ଗୁଲି ରହିଛନ୍ତି ।
Comments are closed.