ଦୁବାଇ: ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରି ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିସାରିଛି । ମାର୍ଚ୍ଚ ୨ରେ ଭାରତ ତାର ଶେଷ ଲିଗ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ରୋହିତ ଓ ମହମ୍ମଦ ସାମୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଖବର ପ୍ରକାଶ ପାଇଥିଲା । ଶନିବାର ଏ ସମ୍ପର୍କରେ ବଡ ଅପଡେଟ କେଏଲ ରାହୁଲ ଦେଇଛନ୍ତି । ସେ କହିଛନ୍ତି ରୋହିତ ଓ ସାମୀ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଉପଲବ୍ଧ ହେବେ । ପାକିସ୍ତାନ ବିପକ୍ଷ ମ୍ୟାଚ ଅବସରରେ ସାମୀ କିଛି ସମୟ ପାଇଁ ପଡିଆ ବାହାରକୁ ଯାଇଥିଲେ । ଏହା ପରେ ସେ ସମ୍ପୂର୍ଣ୍ଣ ଫିଟ ନ ଥିବା ଖବର ପ୍ରକାଶ ପାଇଥିଲା ।
ଅପରପକ୍ଷରେ ରୋହିତ ମାଂସପେଶୀଜନିତ ସମସ୍ୟାରେ ପଡିବାରୁ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ରାହୁଲ କହିଛନ୍ତି ମୋ ପାଖରେ ଯାହା ସୂଚନା ଅଛି କୌଣସି ଖେଳାଳି ଅନଫିଟ ନାହାନ୍ତି । ରିପୋର୍ଟ ମୁତାବକ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ରିଷଭ ପନ୍ତଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରୁଛି । ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମ୍ୟାଚ ପରେ ସେମିଫାଇନାଲ ଲାଇନଅପ ଚୂଡାନ୍ତ ହେବ ।
Comments are closed.