Latest Odisha News

ରାଜସ୍ଥାନ ରୟାଲ୍ସର କୋଚ ହେବେ ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ରାହୁଲ ଡ୍ରାଭିଡ ଆଇପିଏଲର ଆଗାମୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର କୋଚ ହେବେ ବୋଲି ଖବର ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ରାଜସ୍ଥାନର ଜନୈକ ଅଧିକାରୀ ନିତଜ ନାମ ପ୍ରକାଶ ନ କରି ଏହି ସୂଚନା ଦେଇଛନ୍ତି । ଚୁକ୍ତି ସ୍ୱାକ୍ଷର କରିବା ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପଂହଚିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ ଶେଷ ଭାଗରେ ଆଇପିଏଲର ମେଗା ନିଲାମ ହେବ । ଏହା ପୂର୍ବରୁ ଡ୍ରାଭିଡ ଟିମ ସହିତ ଯୋଗ ଦେଇ କାର୍ଯ୍ୟ ଆରମ୍ଭ କରିବେ । ଡ୍ରାଭିଡଙ୍କ ସହଯୋଗୀ ଷ୍ଟାଫ ଭାବେ ବିକ୍ରମ ରାଠୋର ମଧ୍ୟ ଦଳ ସହିତ ଯୋଗ ଦେବେ ।

୨୦୨୧ରୁ କୁମାର ସଙ୍ଗକାରା ରାଜସ୍ଥାନର କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବଭଳି ଦାୟିତ୍ୱ ତୁଲାଇବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ ଜୁନରେ ଭାରତ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଟି୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ଏହା ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଡ୍ରାଭିଡ ୨୦୧୨ ଓ ୨୦୧୩ରେ ରାଜସ୍ଥାନ ଟିମର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ଓ ୧୫ରେ ଟିମର ଡାଇରେକ୍ଟର ଓ ମେଂଟର ମଧ୍ୟ ଥିଲେ ।

Comments are closed.