Latest Odisha News

BREAKING NEWS

ପୁଣି ସାବରକରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ରାହୁଲ ଗାନ୍ଧୀ

ମୁମ୍ବାଇ : ଭାରତ ଯୋଡୋ ଯାତ୍ରାରେ ପୁଣି ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୀର ସାବରକରଙ୍କ ଏକ ଚିଠି କୁ ଦେଖାଇ ସେ ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଦିନେ ସାବରକର ଇଂରେଜମାନଙ୍କ ସେବକ ବୋଲି ଚିଠିରେ ଲେଖିଥିଲେ । ଏପରିକି ସାବରକର ଇଂରେଜମାନଙ୍କୁ ସହଯୋଗ କରିଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।  ଏହାକୁ ନେଇ ପୁଣି ଥରେ ବିଜେପି ଓ କଂଗ୍ରେସ ମଧ୍ୟର ତର୍କ ବିତର୍କ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ କଂଗ୍ରେସ ସହ ମେଂଟ କରିଥିବା ଶିବସେନା ଏବଂ ଏନସିପି ରାହୁଲଙ୍କର ଏପରି ବକ୍ତବ୍ୟକୁ ସମର୍ଥନ କରିନାହାଁନ୍ତି । ରାହୁଲ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ହୋଇଥାଇପାରେ ବୋଲି ଉଦ୍ଧବ ଠାକରେ କହିଛନ୍ତି ।

ସେପଟେ ମହାରାଷ୍ଟ୍ର ସରକାର କ୍ୟାବିନେଟ ବୈଠକରେ ଏପରି ସମାଲୋଚନାର ନିନ୍ଦା କରି ପ୍ରସ୍ତାବ ପାସ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ରାହୁଲ କଣ କହନ୍ତି ତାଙ୍କୁ ଜଣାନଥାଏ । ମହାରାଷ୍ଟ୍ରବାସୀ ଏହାର ଜବାବ ଦେବେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଧ୍ୟ ରାହୁଲଙ୍କର ବକ୍ତବ୍ୟକୁ ସମାଲୋଚନା କରିଛନ୍ତି । ଭାରତ ଯୋଡୋ ଯାତ୍ରାରେ ରାହୁଲ ଭାରତ ଭାଙ୍ଗିବାର କଥା କହୁଥିବା ସେ କହିଥିଲେ । ରାହୁଲଙ୍କ ବକ୍ତବ୍ୟକୁ ନେଇ ମହାରାଷ୍ଟ୍ର କଂଗ୍ରେସ ନେତା ମଧ୍ୟ କିଛି କହିବାକୁ ଠିକ୍ ମନେ କରିନଥିଲେ । ସାବରକରଙ୍କୁ ମହରାଷ୍ଟ୍ରରେ ଅସମ୍ମାନ ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି । ସାବରକରଙ୍କ ନାତି ରଣଜିତ ସାବରକର ଏହି ବକ୍ତବ୍ୟକୁ ନେଇ ଥାନାରେ ଏଫଆଇଆର ଦାଖଲ ମଧ୍ୟ କରିଛନ୍ତି ।

ସେପଟେ ରାହୁଲଙ୍କର ଏପରି ବକ୍ତବ୍ୟକୁ ନେଇ ବିଜେପି କହିଛି ରାହୁଲ ଗାନ୍ଧୀ ବୀର ସାବରକରଙ୍କୁ ଯେତେ ନିଚା ଦେଖାଇଲେ ମଧ୍ୟ ଭାରତବାସୀ ବୀର ସାବରକରଙ୍କୁ ଭଲ ପାଆନ୍ତି । ଦେଶ ସ୍ବାଧୀନତା ପାଇଁ ତାଙ୍କର ବଳିଦାନକୁ ଦେଶବାସୀ କେବେ ବି ଭୁଲିବେ ନାହିଁ । ସେ ସମୟରେ ଇଂରେଜ ସରକାର ଥିଲା । ତେଣୁ ଯେଉଁମାନେ ଚିଠି ଲେଖୁଥିଲେ ସମସ୍ତେ ସମ୍ମାନ ଦେଇ ଚିଠି ଲେଖୁଥିଲେ, ଏହା ରାହୁଲଙ୍କୁ ଜଣାନାହିଁ । ସାବରକରଙ୍କୁ ସମାଲୋଚନା କରିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଆଜି ଦିନସାରା ବିତର୍କ ଚାଲିଛି ।

ମହାରାଷ୍ଟ୍ରର ଆକୋଲାରେ  ରାହୁଲ ଗାନ୍ଧୀ ଏକ ଚିଠି ଦେଖାଇ ସାବରକର କିପରି ନିଜକୁ  ବ୍ରିଟିଶମାନଙ୍କ ସେବକ ବୋଲି ଲେଖିଥିଲେ ତାହା କହିଥିଲେ । ଏବେ ବିଜେପି ନେତାମାନେ  ଏଭଳି ମହାତ୍ମା ଗାନ୍ଧୀ ମଧ୍ୟ ଲେଖିଥିବା ଚିଠି ଦେଖାଉଛନ୍ତି । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାହୁଲ ଗାନ୍ଧୀ କହିଥିଲେ ସାବରକର ଚିଠିରେ ଲେଖିଛନ୍ତି “ସାର୍, ମୁଁ ଆପଣଙ୍କର ସବୁଠାରୁ ଆଜ୍ଞାକାରୀ ସେବକ ହୋଇ ରହିବାକୁ ଅନୁରୋଧ କରୁଛି” ଏଥିରେ ଦସ୍ତଖତ କରିଛନ୍ତି । ସାବରକର ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ । ସେ ଭୟଭୀତ ହୋଇ ଏହି ପତ୍ରରେ ଦସ୍ତଖତ କରି ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ ।

Leave A Reply

Your email address will not be published.