Latest Odisha News

BREAKING NEWS

୨୪ ଲକ୍ଷରୁ ଅଧିକ ନିଟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: ନିଟ ପରୀକ୍ଷା ମାମଲାକୁ ନେଇ କଂଗ୍ରେସ୍ ଲଗାତାର ଭାବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି। ଉକ୍ତ ଘଟଣାକୁ ନେଇ ଏବେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀ ଏସବୁ ଘଟଣା ଜାଣିକି ମଧ୍ୟ ଚୁପ୍ ଅଛନ୍ତି, ତାଛଡା ବିଜେପି ଶାସିତ ରାଜ୍ୟ ସତେ ଯେମିତି ପେପର ଲିକ୍ ଘଟଣାର କେନ୍ଦ୍ରସ୍ଥଳ ପାଲଟି ଗଲାଣି ବୋଲି କହିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ।

ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ରାହୁଲ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ନିଟ୍ ପରୀକ୍ଷାରେ ୨୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖୋଲାଯାଇଛି। କିନ୍ତୁ ଏସବୁ ଜାଣି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ ଅଛନ୍ତି। ବିହାର, ଗୁଜୁରାଟ ଏବଂ ହରିୟାନାରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନଜରରେ ରଖି ଏହା ସ୍ପଷ୍ଟ ଯେ, ପରୀକ୍ଷାର ପୂର୍ବ ଯୋଜନା ଅନୁସାରେ ସାମୁହିକ ଦୁର୍ନୀତି ହୋଇଛି ଏବଂ ବିଜେପି ଶାସିତ ରାଜ୍ୟ ଗୁଡ଼ିକ ଏସବୁର କେନ୍ଦ୍ରସ୍ଥଳ ପାଲଟିଛି। ଆମର ନ୍ୟାୟପତ୍ରରେ ପେପର ଲିକ୍ ବିରୋଧରେ ଲଢି ଯୁବପିଢି ମାନଙ୍କୁ ନ୍ୟାୟ ଦେବାର ଗ୍ୟାରେଣ୍ଟି ଦେଇଥିଲୁ। ଆମ ଗ୍ୟାରେଣ୍ଟି ଅନୁସାରେ ଆମେ ନିଶ୍ଚୟ କାମ କରିବୁ। ଦରକାର ପଡ଼ିଲେ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଏହି କଥା ଉଠାଇବୁ ବୋଲି କହିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ।

ସୂଚନା ଥାଉକି, ଜୁନ୍‌ ୧୩ ତାରିଖରେ ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଥିଲା । ସୁପ୍ରିମ୍‌କୋର୍ଟ ଏନେଇ କହିଥିଲେ ଯେ, ୨୩ ଜୁନ୍‌ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍‌କୁ ଏହାର ଫଳ ପ୍ରକାଶ ପାଇବ । ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଥିଲେ । ଏହାପରେ ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ କରାଯାଇଥିଲା । ଏହି ପରୀକ୍ଷାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବା ପାଇଁ ବିକଳ୍ପ ଦିଆଯିବା ନେଇ କେନ୍ଦ୍ର ଜଣାଇବା ପରେ ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.