Latest Odisha News

BREAKING NEWS

ହାଥରସ ଯିବା ବାଟରେ ରାହୁଲ ଗାନ୍ଧୀଙ୍କୁ ଅଟକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅଟକ । ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଦିଲ୍ଲୀରୁ ଉତ୍ତରପ୍ରଦେଶ ଯାଉଥିବା ରାସ୍ତାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକ କରାଯାଇଥିବା ସୂଚନା ମିଳିଛି ।

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ହାଥରସ ଯାଉଥିବା କହିବା ପରେ ତାଙ୍କୁ ତଳେ ଠେଲି ପକାଇ ଦିଆଯିବା ସହ ଲାଠିଚାର୍ଜ କରାଯାଇଛି । ସେମାନେ ଗଣ ବଳାତ୍କାରର ଶିକାର ହୋଇଥିବା ପୀଡିତାର ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ କହିଛନ୍ତି ।

ଏନଡିଟିଭି ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଆଗକୁ ଯିବାକୁ ମନା କରିବା ପରେ ନିଜର ଶହ ଶହ ସମର୍ଥକଙ୍କ ସହ ରାହୁଲ ରାସ୍ତାରେ ବସିଥିଲେ ।

“ବର୍ତ୍ତମାନ ପୋଲିସ ମୋତେ ଠେଲି ଦେବା ସହ ମୋ ଉପରେ ଲାଠି ଚାର୍ଜ କରି ମତେ ତଳେ ପକାଇ ଦେଇଥିଲା। ମୁଁ ପଚାରିବାକୁ ଚାହେଁ, କେବଳ ମୋଦୀ ଜୀ ଏହି ଦେଶରେ ଚାଲିପାରିବେ କି? ଜଣେ ସାଧାରଣ ବ୍ୟକ୍ତିର ଏଠି ଚାଲିବାର ଅଧିକାର ନାହିଁ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମର ଗାଡି ଅଟକା ଯିବାରୁ ଆମେ ଚାଲିବା ଆରମ୍ଭ କରିଛୁ।

ୟୁପି ପ୍ରଶାସନ ଅନୁଯାୟୀ, କୋଭିଡ ଯୋଗୁଁ ବୃହତ ସମାବେଶ ଉପରେ ପ୍ରତିବନ୍ଧକ ଲଗା ଯାଇଛି ।

ତେବେ ଅଧିକାରୀଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରୁ ଏହି ସ୍ଥାନରେ କଟକଣା ଲାଗୁ ହୋଇଛି ଏବଂ ଏହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପଟେ ଅନେକ ପୋଲିସ କର୍ମଚାରୀ ମାନେ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ମାତ୍ର ସେମାନଙ୍କୁ ଗାଁରେ ପ୍ରବେଶ ନକରାଇବା ପାଇଁ ଏସବୁ ଚକ୍ରାନ୍ତ ଥିବା କଂଗ୍ରେସ ଅଭିଯୋଗ କରିଛି ।

Leave A Reply

Your email address will not be published.