Latest Odisha News

BREAKING NEWS

୧୩୭ ଦିନ ପରେ ସଂସଦକୁ ଫେରିଲେ ରାହୁଲ, ପାଛୋଟି ନେଲେ ‘ଇଣ୍ଡିଆ’ ସଦସ୍ୟ

ନୂଆଦିଲ୍ଲୀ:ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧୀ ୧୩୭ ଦିନ ପରେ ଆଜି ସଂସଦକୁ ଫେରିଛନ୍ତି । ରାହୁଲ ଆଜି ସଂସଦକୁ ଫେରିବା ସମୟରେ ବିରୋଧୀଙ୍କ ନୂଆ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ସାଂସଦମାନେ ରାହୁଲଙ୍କ ସପକ୍ଷରେ ନାରାବାଜି ବି କରିଥିଲେ । ସଂସଦକୁ ଆସିବା ପୂର୍ବରୁ ରାହୁଲ ତାଙ୍କର ଟୁଇଟର ବାୟୋ ମଧ୍ୟ ବଦଳାଇ ଦେଇଥିଲେ । ଏଥିରେ ସଂସଦର ସଦସ୍ୟ ବୋଲି ଉଲ୍ଲେଖ କରିଛନ୍ତି ।

ଶୁକ୍ରବାର ସୁପ୍ରିମକୋର୍ଟଙ୍କ ରାୟ ରାହୁଲଙ୍କୁ ମୋଦି ସରନେମ ମାମଲାରେ ଆଶ୍ୱସ୍ତି ଦେଇଛି । ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ପରେ ରାହୁଲ ତାଙ୍କ ସଦସ୍ୟ ପଦ ଫେରି ପାଇଛନ୍ତି । ଏହା ପରେ ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ରାହୁଲ ସଦସ୍ୟତା ଫେରି ପାଇଥିବା କୁହାଯାଇଥିଲା ।

ଏହାପରେ ଆଜି ସଂସଦକୁ ଫେରିଥିଲେ ରାହୁଲ । ଏହି ଅବସରରେ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଲଡୁ ଖୁଆଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଖଡଗେ ଅନ୍ୟ ନେତାଙ୍କୁ ଲଡୁ ଖୁଆଇଥିଲେ । ସବୁଠାରୁ ଗୁରୁତ୍ୱ ପୂ୍ର୍ଣ୍ଣ କଥା ହେଉଛି, ସଂସଦରେ କିଛି ଦିନ ପରେ ମୋଦି ସରକାରଙ୍କ ବିରେଧରେ ଅନସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବ । ଆଉ ତା ପୂର୍ବରୁ ସଂସଦକୁ ଏଣ୍ଟ୍ରି କରିଛନ୍ତି ରାହୁଲ  ।

ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ, କୋର୍ଟଙ୍କ ରାୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ସେ ବିଜେପି ଓ ମୋଦି ସରକାରଙ୍କୁ ଯେତିକି ସମୟ ବଞ୍ଚିଛି ତାହାର ସଠିକ ଉପଯୋଗ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରି ଗଣତନ୍ତ୍ରର ବଦନାମ ନ କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.