Latest Odisha News

BREAKING NEWS

ଦୀର୍ଘ ୧୦ ବର୍ଷ ପରେ ଲୋକସଭାରେ ବିରୋଧୀ ଦଳର ନେତା ହେଲେ ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ପୁଣି ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ପରାଜିତ କରି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ସେ ଲଗାତାର ଦ୍ବିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି । ଏନେଇ କାମଚଳା ବାଚସ୍ପତି ଭର୍ତ୍ତୁହରି ମହାତାବ ଘୋଷଣା କରିଛନ୍ତି ।

ସେପଟେ ଦୀର୍ଘ ୧୦ ବର୍ଷ ପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ନେତା ଭବେ ମାନ୍ୟତା ଦେଇଛନ୍ତି। ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭା ବିରୋଧୀ ଦଳର ନେତା କରାଯାଇଥିଲା। ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ତାଙ୍କ ନାମ ଘୋଷଣା କରିଥିଲେ।

ଏହାପୂର୍ବରୁ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୁଷମା ସ୍ୱରାଜ ଲୋକସଭାରେ ବିରୋଧୀ ଦଳର ନେତା ଥିଲେ। କଂଗ୍ରେସର ଶେଷ ବିରୋଧୀ ନେତା ଭାବରେ ସୋନିଆ ଗାନ୍ଧୀ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହା ବ୍ୟତୀତ ରାଜୀବ ଗାନ୍ଧୀ ମଧ୍ୟ ୧୮ ଡିସେମ୍ବର ୧୯୮୯ ରୁ ୨୪ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିଲେ। ଏବେ ଲୋକସଭାରେ ବିରୋଧୀ ଦଳର ନେତା ଭବେ ମନୋନୀତ ହୋଇଛନ୍ତି ରାହୁଲ୍ ଗାନ୍ଧୀ।

Comments are closed.