Latest Odisha News

BREAKING NEWS

‘ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, କହିଛନ୍ତି ଯେ ରାହୁଲ ଗାନ୍ଧୀ 2024 ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏଭଳି ରିପୋର୍ଟ ପ୍ରକାଶ କରିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ କମଲନାଥ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଦେଶବ୍ୟାପୀ ଭାରତ ଯୋଡା ଯାତ୍ରା କରିଥିବାରୁ ପ୍ରଶଂସା କରି କହିଛନ୍ତି ଯେ ସେ କ୍ଷମତା ପାଇଁ ରାଜନୀତିରେ ନାହାଁନ୍ତି ବରଂ ଦେଶର ସାଧାରଣ ଲୋକଙ୍କ ହିତ ପାଇଁ ସକ୍ରିୟ ରହିଛନ୍ତି।

ସେ କହିଛନ୍ତି ଯେ 2024 ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ କେବଳ ବିରୋଧୀ ଦଳର ଚେହେରା ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ହେବେ। କମଲନାଥ ଆହୁରି ଦାବି କରିଛନ୍ତି ଯେ ଇତିହାସରେ କେହି ଏତେ ଲମ୍ବା ‘ପାଦଯାତ୍ରା’ କରିନାହାନ୍ତି। କଂଗ୍ରେସ ନେତାଙ୍କ କହିବାନୁସାରେ, ଗାନ୍ଧୀ ପରିବାର ଅପେକ୍ଷା କୌଣସି ପରିବାର ଦେଶ ପାଇଁ ଅଧିକ ବଳିଦାନ ଦେଇନାହାନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି 2024 ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ଏକମାତ୍ର ନେତା।

ସେହିପରି ଦଳର ପୂର୍ବତନ ନେତା ତଥା ଏବେର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା କହିଛନ୍ତି, ସଂଗଠନ ପ୍ରତି ବିଶ୍ୱାସଘାତକତା କରିବା ପରେ ଦଳରେ ଦେଶଦ୍ରୋହୀଙ୍କର ସ୍ଥାନ ନାହିଁ। ଜ୍ୟୋତିରାଦିତ୍ୟ ସିନ୍ଧିଆ ଭବିଷ୍ୟତରେ ଦଳରେ ଯୋଗ ଦେଇ ପାରିବେ କି ବୋଲି ପଚରାଯିବାରୁ କମଲନାଥ ଏପରି ଉତ୍ତର ରଖିଛନ୍ତି।

ତେବେ ସେ ସଫେଇ ଦେଇଛନ୍ତି, କୌଣସି ବ୍ୟକ୍ତିଙ୍କ ଉପରେ ସେ ମନ୍ତବ୍ୟ ଦେବେ ନାହିଁ, କିନ୍ତୁ ସେହି ‘ଦେଶଦ୍ରୋହୀ’ ଯେଉଁମାନେ ଦଳ ପ୍ରତି ବିଶ୍ୱାସଘାତକତା କରିଥିଲେ ସେମାନଙ୍କ ପାଇଁ ସ୍ଥାନ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ମାତ୍ରେ ରାଜ୍ୟରେ ପୁରୁଣା ପେନସନ ଯୋଜନା ପୁଣିଥରେ ଲାଗୁ ହେବ।

କମଲନାଥ କହିଛନ୍ତି ଯେ ବିଜେପି ଯେକୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସ୍ଥାନ ଦେଇପାରେ, କିନ୍ତୁ ଏହା ଅର୍ଥହୀନ ହେବ କାରଣ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଲୋକମାନେ କଂଗ୍ରେସକୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇସାରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସାଂଗଠନିକ ପରିବର୍ତ୍ତନ କାର୍ଯ୍ୟକାରୀ କରିବ ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ଶେଷରେ ମଧ୍ୟପ୍ରଦେଶରେ ନିର୍ବାଚନ ହେବ। କଂଗ୍ରେସ ବିଜେପିକୁ ନିର୍ବାଚନରେ ହରାଇବ ବୋଲି ସେ ଦୃଢ ଆଶାବାଦୀ ବୋଲି କହିଛନ୍ତି।

 

 

Comments are closed.