ନୂଆଦିଲ୍ଲୀ: ନେପାଳ ସରକାରଙ୍କୁ ହଟାଇଲା ରାହୁଲଙ୍କ ନାରା ! “ଭୋଟ ଚୋର, ଗଦ୍ଦୀ ଛଡ୍’ ନାରାର ନକଲ ହେଲା, “କେପି ଚୋର, ଗଦ୍ଦୀ ଛଡ୍!” । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ ଏହାରି ଭିତରେ ଅନ୍ଦୋଳନକାରୀଙ୍କ ନାରାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ସପ୍ତାହ ପୂର୍ବେ ଏକ ନାରା ଦେଇଥିଲେ – “ଭୋଟ ଚୋର, ଗଦ୍ଦୀ ଛଡ୍!” । ରାହୁଲଙ୍କ ଅଭିଯୋଗ ଥିଲା ନିର୍ବାଚନରେ ହେଉଥିବା ହେରଫେର ଉପରେ, ଆଉ ଏହାର ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ରାହୁଲଙ୍କ ଏହି ନାରା ଏତେ ଭାଇରାଲ ହେଲା ଯେ ଏହାର ପ୍ରଭାବ ଭାରତର ପଡ଼ୋଶୀ ଦେଶ ନେପାଳରେ ବି ଦେଖିବାକୁ ମିଳିଲା । ଯାହାର ଅପଡେଟ୍ ସଂସ୍କରଣ ଥିଲା “କେପି ଚୋର, ଗଦ୍ଦୀ ଛଡ୍!” । କେପି ଓଲି ହେଉଛନ୍ତି ସେହି ବ୍ୟକ୍ତି, ଯିଏ କିଛି ଦିନ ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ ଥିଲେ, କିନ୍ତୁ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ।
ସେପ୍ଟେମ୍ବର ୮ରୁ ନେପାଳରେ ଆରମ୍ଭ ହୋଇଛି GEN-Z ଆନ୍ଦୋଳନ । ଏହାର ପ୍ରଭାବ ଏତେ ଥିଲା ଯେ, ରାସ୍ତାଘାଟରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଜଳିଲା ନିଆଁ । ଆଉ ଏହି ନେପାଳ ଆନ୍ଦୋଳନ ମଧ୍ୟରେ ଚର୍ଚ୍ଚାରେ ଆସିଛନ୍ତି ବାଲେନ ଶାହ ବା ବାଲେନ୍ଦ୍ର ଶାହ। ଯିଏ ରାହୁଲଙ୍କ ନାରାକୁ ନକଲ କରି କେପି ସରାକଙ୍କୁ ହଟାଇବାରେ ନେଇଥିଲେ ମୂଖ୍ୟ ଭୂମିକା । ବାଲେନ୍ଦ୍ର ଶାହ ବର୍ତ୍ତମାନ ନେପାଳ ରାଜଧାନୀ କାଠମାଣ୍ଡୁର ରହିଛନ୍ତି ମେୟର । ନେପାଳର ରାଜନୀତିରେ ସେ ସବୁଠାରୁ ଶକ୍ତିଶାଳୀ ଚେହେରା । ଯିଏ ଏବେ ରାହୁଲଙ୍କ ନାରାକୁ ନେପାଳରେ ପହଞ୍ଚାଇ ଖୁବ ଭାଇରାଲ ହେଉଛନ୍ତି ।
ନେପାଳରେ ସୋସିଆଲ ମିଡିଆକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଯୁବପିଢ଼ି.. ଆନ୍ଦୋଳନକାରୀଙ୍କ ମୁତାବକ, ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିଲେ.. ତେବେ ଆନ୍ଦୋଳନକୁ ସମାପ୍ତ କରିବାକୁ ସରକାର ଯେଉଁ କଡ଼ା ଆଭିମୁଖ୍ୟ ଆପଣାଇଲେ, ତାହା ଆନ୍ଦୋଳନର ନିଆଁକୁ ତତାଇଦେଲା.. ସୁରକ୍ଷାକର୍ମୀଙ୍କ ଗୁଳିରେ ୨୦ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେଲା, ୩୦୦ରୁ ଅଧିକ ଆହତ ହେଲେ.. ବାସ୍ ତାପରେ, ଏହି ଜେନ୍ ଜେଡ୍ ଆନ୍ଦୋଳନ ନେଲା ଭୟଙ୍କର ରୂପ । ଆଉ ଯେଉଁ ପାଇଁ ପୂରା କେପି ସରକାର ଦେଲେ ଇସ୍ତଫା ।
Comments are closed.