Latest Odisha News

ବିଜେପି ପରେ ମମତା, ରାହୁଲଙ୍କ ‘ନ୍ୟାୟ ଯାତ୍ରା’ରେ ବାଧକ

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି-କଂଗ୍ରେସ୍ ବିବାଦ। ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଏବେ ବିପର୍ଯ୍ୟୟର ସାମ୍ନା କରୁଛି କଂଗ୍ରେସ । ପଶ୍ଚିମବଙ୍ଗ ସିଲିଗୁଡିରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ କରିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି। ଏନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏହି ଯାତ୍ରା ଆରମ୍ଭରୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲାଣି। ତେବେ ଏହା ପୂର୍ବରୁ ଅନୁଷ୍ଠିତ ଭାରତ ଯୋଡୋ ଯାତ୍ରାରେ ଏପରି ପରିସ୍ଥିତି ଉପୁଜି ନଥିଲା।

ମଣିପୁରରେ ଯାତ୍ରା ଆରମ୍ଭ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ସାର୍ବଜନିକ ସଭା କରିବାକୁ ଅନୁମତି ମିଳିନଥିଲା। ସେହିପରି ଆସାମରେ ରାଜ୍ୟ ସରକାରଙ୍କ ଆଦେଶରେ ପୋଲିସ ଆକ୍ରମଣ କରିଥିଲେ। ସିଲିଗୁଡିଗୁଡିରେ ଜନସଭା କରିବା ପାଇଁ ଅନୁମତି ମଗାଯାଇଥିଲା ମାତ୍ର ସ୍କୁଲରେ ପରୀକ୍ଷା ଚାଲୁଥିବାରୁ କାରଣରୁ ମନା କରାକରାଯାଇଥିଲା। ସେହିପରି ଗୁରୁବାର ରତିରେ ସଭା ପାଇଁ ଅନୁମତି ମାଗିଥିଲୁ ମାତ୍ର ପ୍ରଶାସନ ଏଥିପାଇଁ ଅନୁମତି ଦେଇ ନ ଥିଲେ। ତେବେ ଏହି ନ୍ୟାୟ ଯାତ୍ରା ଦେଶର ପ୍ରତ୍ୟେକ ଲୋକଙ୍କ ପାଇଁ ବୋଲି ସେ କହିଛନ୍ତି। ଯାତ୍ରାକୁ ନେଇ ଏବେ ଅନେକ ବିବାଦ ଦେଖା ଦେଉଛି । ପଶ୍ଚିମବଙ୍ଗରେ କେବଳ ଜନସଭା ପାଇଁ ନିବେଦନ କରିଥିଲୁ, ହେଲେ ପ୍ରଶାସନ ଏଥି ପାଇଁ ଆମକୁ ଅନୁମତି ଦେଇ ନାହିଁ।
ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ ମଧ୍ୟରେ ଫାଟ ଦେଖାଦେଇଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକାକୀ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି।

Comments are closed.