Latest Odisha News

BREAKING NEWS

୫ ବର୍ଷ ପରେ ତୃତୀୟ ପତ୍ନୀଙ୍କଠାରୁ ବି ଅଲଗା ହେବେ ରାହୁଲ ମହାଜନ

ମୁମ୍ବାଇ: ୫ ବର୍ଷ ପରେ ତୃତୀୟ ପତ୍ନୀଙ୍କଠାରୁ ବି ଅଲଗା ହେବେ ରାହୁଲ ମହାଜନ । ରାହୁଲ ମହାଜନ ଏବଂ ତାଙ୍କର ତୃତୀୟ ପତ୍ନୀ ତଥା କାଜାଖସ୍ତାନର ମଡେଲ ନତାଲିଆ ଇଲିନା ଛାଡପତ୍ର ନେବାକୁ ଯାଉଛନ୍ତି । ଉଭୟ ଚାରି ବର୍ଷ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ କଟାଇବା ପରେ ଗତ ବର୍ଷ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଏହି ଖବର ଉଭୟଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ହେବ ଏହି ଚର୍ଚ୍ଚା ଜୋର ଧରିଛି ।

ବିଗ୍ ବସ ଜରିଆରେ ଖ୍ୟାତି ଅର୍ଜନ କରିଥିବା ରାହୁଲ ମହାଜନ ୨୦୧୮ ମସିହାରେ ନତାଲିଆଙ୍କୁ ବିବାହ କରିଥିଲେ । ଆରମ୍ଭରୁ ଉଭୟଙ୍କ ମଧ୍ୟରେ ସମସ୍ୟା ରହିଥିଲା । ତଥାପି ଉଭୟ ଏହି ସମ୍ପର୍କକୁ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ଶେଷରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇ ୨୦୨୨ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ପତ୍ନୀଙ୍କଠାରୁ ଅଲଗା ହେବା ପରେ ଗତ ବର୍ଷ ରାହୁଲଙ୍କ ଅବସ୍ଥା ଭଲ ନ ଥିଲା । ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ନିଜ ଜୀବନ ଉପରେ ଧ୍ୟାନ ଦେଉଛନ୍ତି । ଛାଡ଼ପତ୍ରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଥିବାରୁ ଏଭଳି ନ କରିବାକୁ ରାହୁଲ କହିଛନ୍ତି ।

ରାହୁଲ ୨୦୦୬ରେ ଶ୍ୱେତା ସିଂଙ୍କୁ ବିବାହ କରିଥିଲେ । ପରେ ଶ୍ୱେତାଙ୍କୁ ଛାଡ଼ପତ୍ର ଦେଇ ୨୦୧୦ରେ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୫ରେ ଏହି ଦମ୍ପତି ଅଲଗା ହୋଇଗଲେ । ଏହା ପରେ ରାହୁଲ ପୁଣି ଥରେ ୨୦୧୮ରେ କାଜାଖସ୍ତାନର ମଡେଲ ଇଲିନାଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.