Latest Odisha News

ରାହୁଲ ମୋଦିଙ୍କ ସଫଳତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍

ଭୁବନେଶ୍ୱର: ସୋସିଆଲ ମିଡିଆରେ ମଙ୍ଗଳବାର ଦିନ ସାରା ରାହୁଲ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ ବେଳେ ରାଜନୀତିରେ ଶାସକ ବିରୋଧୀ ତୁ ତୁ ମେଁ ମେଁ ପାଇଁ ଚର୍ଚ୍ଚାରେ ରହିଥାନ୍ତି ରାହୁଲ ଓ ମୋଦି । କିନ୍ତୁ ମଙ୍ଗଳବାରର ଚର୍ଚ୍ଚା ଥିଲା ଟିକେ ଭିନ୍ନ । କାରଣ ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକାରେ ୪୨୦ ର‌୍ୟାଙ୍କରେ ସ୍ଥାନ ପାଇଥିଲା ଏକ ନାଁ – ରାହୁଲ ମୋଦି ।

ତେବେ ଏହା କେବଳ ମାତ୍ର ଏକ ସଂଯୋଗ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶତାଧିକ ବ୍ୟଙ୍ଗଚିତ୍ର ସାଙ୍ଗକୁ ଭଳିକି ଭଳି କମେଣ୍ଟ ସୃଷ୍ଟି କରିଥିଲା ରୋଚକ ପରିବେଶ ।
କିଏ ଏହାକୁ ଶତାଦ୍ଦୀର ଶ୍ରେଷ୍ଠ ସଂଯୋଗ ବୋଲି ଲେଖିଥିବା ବେଳେ ଆଉ କିଛି ଏହାକୁ ନେଇ ଲେଖିଥିଲେ ଜୀବନରେ ଯଦି ରାହୁଲ ହେବାକୁ ପଡେ ତେବେ ରାହୁଲ ଗାନ୍ଧି ନ ହୋଇ ରାହୁଲ ମୋଦି ହୁଅ ।

ଆଉ କିଛି ଲେଖିଥିଲେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ପ୍ରଦୀପ ସିଂଙ୍କଠାରୁ କେଇ ହଜାର ଗୁଣା ଅଧିକ ଚର୍ଚ୍ଚାରେ ରହି ଟ୍ରେଣ୍ଡ କରୁଛନ୍ତି ୪୨୦ ର‌୍ୟାଙ୍କରେ ଥିବା ରାହୁଲ ମୋଦି ।

Leave A Reply

Your email address will not be published.