Latest Odisha News

ଟିମ ଇଣ୍ଡିଆକୁ ମିିଳିଲା ନୂଆ କୁଲ ଫିନିଶର

ଦୁବାଇ: କ୍ରିକେଟ ଭାରତରେ ଏକ ଧର୍ମ କହିଲେ ଭୁଲ ହେବନି । ଏଠାରେ କ୍ରିକେଟପ୍ରତି ଏକ ଭିନ୍ନ ଧରଣର ପାଗେଳାମୀ ଦେଖିବାକୁ ମିଳିଥାଏ । ନିକଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଟାଇଟଲ ହାସଲ କରିଛି । ଏହି ଟୁର୍ଣ୍ଣାମେଂଟରେ କେଏଲ ରାହୁଲଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଆଇପିଏଲର ଗତ ସଂସ୍କରଣରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଭଲ ପ୍ରଦର୍ଶନ କରି ନ ଥିବାରୁ ଏହାର ମାଲିକ ରାହୁଲଙ୍କ ଉପରେ ଅସନ୍ତୁଷ୍ଟ ହେଉଥିବା କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଏବେ ରାହୁଲ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ପ୍ରଶଂସକଙ୍କ ମନ ରଖିଥିବା ବେଳେ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି ।

ରାହୁଲ ଏବେ ଭାରତର ନୂଆ କୁଲ ଫିନିଶର ସାଜିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଏହି ଦାୟିତ୍ୱ ପ୍ରାୟତଃ ଖାଲି ରହିଥିଲା । ସେମିଫାଇନାଲ ଓ ଫାଇନାଲର ଚାପଭରା ପରିସ୍ଥିତିରେ ସେ ଥଣ୍ଡା ମିଜାଜରେ ଖେଳି ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦୁବାଇର ଧୀମା ପିଚରେ ଦ୍ରୁତ ବେଗରେ ରନ ସଂଗ୍ରହ କରିବା ସମ୍ଭବପର ହେଉ ନ ଥିଲା । ରାହୁଲ କିନ୍ତୁ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବୋଲିଂ ବିପକ୍ଷରେ ଭଲ ପ୍ରଦର୍ଶନ କରି ରନ ହାରକୁ ନିୟନ୍ତ୍ରଣରେ ରଖିଥିଲେ । ଭାରତ ହାତରୁ ମ୍ୟାଚ ଖସି ଯାଉଥିଲା.. । ମାତ୍ର ରାହୁଲ ବିପକ୍ଷ ଦଳକୁ ଏହି ସୁଯୋଗ ପ୍ରଦାନ କରି ନ ଥିଲେ । ଶେଷରେ ଧୋନୀଙ୍କ ଷ୍ଟାଇଲରେ ଛକା ମାରି ମ୍ୟାଚ ଫିନିଶ କରିଥିଲେ ।

ଫାଇନାଲରେ ଆହୁରି ଅଧିକ ଚାପ ଥିଲା । ନ୍ୟୁଜିଲାଣ୍ଡ ସ୍ପିନର୍ସ ଯେତେବେଳେ ମ୍ୟାଚକୁ ପ୍ରତ୍ୟାବର୍ତନ କଲେ ସେତେବେଳେ ରାହୁଲଙ୍କ ଶାନ୍ତ ବ୍ୟାଟିଂ ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲା । ଅକ୍ଷର ପଟେଲ ଆଉଟ ହୋଇଯିବା ପରେ ରାହୁଲ ଇନିଂସ ସମ୍ଭାଳିଥିଲେ । ମୁଁ ନର୍ଭସ ହୋଇ ପଡିଥିଲେ ମଧ୍ୟ ଲମ୍ବା ବ୍ୟାଟିଂ ଲାଇନଅପ ମୋ ମନୋବଳ ବଢ଼ାଇଥିଲା । ଶେଷରେ ଭାରତକୁ ଚାମ୍ପିୟନ ହେବାରେ କିଏ ବା ଦେଖିବାକୁ ନ ଚାହିଁବ ବୋଲି ସେ କହିଥିଲେ । ରାହୁଲ ଉଭୟ ପେସ ଏବଂ ସ୍ପିନ ବୋଲିଂ ଖେଳିବାରେ ଭଲ ଦକ୍ଷତା ରଖିଛନ୍ତି । ତାଙ୍କ ବ୍ୟାଟିଂରେ ସ୍ଥିରତା ଦେଖିବାକୁ ମିଳିଥାଏ । ୱିକେଟ କିପିଂରେ ମଧ୍ୟ ସେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି । ରାହୁଲ ଆଗାମୀ ଦିନରେ ଭାରତ ପାଇଁ ଅନେକ ମ୍ୟାଚ ଜିତାଇବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.