Latest Odisha News

BREAKING NEWS

ଆଇପିଏଲ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରିଲେ ରାହୁଲ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଇପିଏଲ ୨୦୨୩ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରି ଯାଇଛନ୍ତି । ରାହୁଲ ଆଇପିଏଲ ଅଧାରୁ ଓହରିଯିବା ଫଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଶକ୍ତ ଧକ୍କା ଲାଗିଛି । ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ତାଙ୍କ ବଦଳ ଖେଳାଳିଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଦୀର୍ଘ ଦିନ ଧରି ସେ ଜଙ୍ଘ ଆଘାତ ସମସ୍ୟାରେ ପଡିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଅସ୍ତ୍ରୋପଚାର ପାଇଁ ରାଜି ହୋଇଛନ୍ତି । ସେ ଏ ସମ୍ପର୍କରେ ଇନଷ୍ଟାଗ୍ରାମରେ ସମସ୍ତ ସୂଚନା ଦେଇଛନ୍ତି । ଦଳ ସହିତ ରହି ନ ଥିଲେ ମଧ୍ୟ ମୁଁ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତ ମ୍ୟାଚ ଦେଖିବି ବୋଲି କହିଛନ୍ତି ।

BjdElectrycity

ମେ ୧ରେ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ ମଧ୍ୟ ବ୍ୟାଟିଂ କରିଥିଲେ । ଅବଶ୍ୟ ଏହି ମୁକାବିଲାରେ ବାଙ୍ଗାଲୋର ୧୮ ରନରେ ବିଜୟ ହାସଲ କରିଥିଲା । ପୂର୍ବରୁ ରାହୁଲ ତାଙ୍କ ଫର୍ମକୁ ନେଇ ମଧ୍ୟ ସମାଲୋଚିତ ହେଉଥିଲେ । ଅବଶ୍ୟ ବିସିସିଆଇ ତାଙ୍କ ଉପରେ ଭରୋଷା ରଖି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଦଳରେ ସୁଯୋଗ ଦେଇଥିଲା । ଅସ୍ତ୍ରୋପଚାର ହେବା ପରେ ସେ କେତେ ଦିନ କ୍ରିକେଟଠାରୁ ଦୂରେଇ ରହିବେ ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.