ମୁମ୍ବାଇ: ସିଙ୍ଗର୍ ରାହୁଲ ବୈଦ୍ୟ ଏବଂ ଅଭିନେତ୍ରୀ ଦିଶା ପରମର୍ ଅଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ପରିବାର ବର୍ଗ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ପାରମ୍ପାରିକ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିବା ଜଣାଯାଇଛି।
ସୋସିଆଲ ମିଡିଆରେ ସେମାନଙ୍କ ବିବାହ ସମାରୋହର ଫଟୋ ଏବଂ ଭିଡିଓଗୁଡ଼ିକ ବେଶ୍ ଭାଇରାଲ ହୋଇଛି।ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଶୁଭେଚ୍ଛା ଜଣାଇଛନ୍ତି। ଦିଶାଙ୍କୁ ଏକ ଲାଲ୍ ବ୍ରାଇଡାଲ୍ ପୋଷାକରେ ଦେଖିବାକୁ ମିଳିଥିଲା। ରାହୁଲ ବି ଏକ କ୍ରିମ୍ ରଙ୍ଗର ଶେରୱାନିରେ ବେଶ୍ ସୁନ୍ଦର ଦିଶୁଥିଲେ।
Comments are closed.