ନୂଆଦିଲ୍ଲୀ: କିଛି ଦିନ ତଳେ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ପୋଷ୍ଟକୁ ଭୁଲବଶତଃ ଲାଇକ୍ କରିଦେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।
ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଯାଇଥିବା ବୋଲି ମଧ୍ୟ ଦର୍ଶାଯାଇଥିଲା। ନିଜର ଇନଷ୍ଟାଗ୍ରାମ ର ଫିଡ୍ କ୍ଲିୟର କରିବା ସମୟରେ ଆଲଗୋରିଦମ୍ ଭୁଲବଶତଃ ଏହି ଲାଇକ କରିଥିବା ନେଇ କୋହଲି କହିଥିଲେ। ଏହା ପଛରେ କୌଣସି ଉଦ୍ଦେଶ୍ୟ ନାହିଁ ଓ ଏହାକୁ ନେଇ କୌଣସି ଅନାବଶ୍ୟକ ଅନୁମାନ ନ କରାଯାଉ ବୋଲି ବିରାଟ ସ୍ପଷ୍ଟ ମଧ୍ୟ କରିଥିଲେ।
କିନ୍ତୁ ଏହି ବିବୃତି ପରେ ସିଙ୍ଗର ରାହୁଲ ବୈଦ୍ୟ ବିରାଟଙ୍କୁ ସମାଲୋଚନା କରିବା ସହ ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଥିଲେ। ସେ ବିରାଟଙ୍କ ଏହି ମନ୍ତବ୍ୟକୁ ତାତ୍ସଲ୍ୟ କରି କହିଥିଲେ ଯେ ଯଦି ଆଜି ପରେ ମୁଁ କୌଣସି ଝିଅର ଫଟୋକୁ ଲାଇକ କରିଦିଏ ତେବେ ଏହା ଆଲଗୋରିଦମ୍ ହିଁ କରିଥିବ।ଏଥିରେ ଇନଷ୍ଟାଗ୍ରାମର ହିଁ ଭୁଲ ଥିବ।
ସେ ଏହା ମଧ୍ୟ କହିଥିଲେ ଯେ ବିରାଟ ତାଙ୍କୁ ବ୍ଲକ କରିଛନ୍ତି ଓ ଏହା ମଧ୍ୟ ଇନଷ୍ଟାଗ୍ରାମ ଦ୍ୱାରା ହିଁ କରାଯାଇ ଥାଇପାରେ ବୋଲି ସେ କହିଥିଲେ। ତେବେ କୋହଲିଙ୍କ ପ୍ରଶଂସକ ମାନେ ତାଙ୍କୁ ଓ ତାଙ୍କ ପରିବାରକୁ ଟାର୍ଗେଟ କରିଥିବା ନେଇ କହିଥିଲେ। ଏହା ପରେ ରାହୁଲ, କୋହଲିଙ୍କ ପ୍ରଶଂସକ ମାନଙ୍କୁ ତାତ୍ସଲ୍ୟ କରି ‘ଦି କୌଡିର ଜୋକର’ ବୋଲି ମଧ୍ୟ କହିଥିଲେ। ଏହାପରେ ଏହି ଘଟଣା ବିବାଦ ଘେରକୁ ଆସିଥିଲା। ଯାହାପରେ ରାହୁଲ ବହୁ ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଥିଲେ।
ଏସବୁ ଘଟଣା ମଧ୍ୟରେ ପରେ ବିରାଟ ରାହୁଲଙ୍କୁ ଅନବ୍ଲକ୍ କରିଥିବା ନେଇ ରାହୁଲ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାପରେ ରାହୁଲ କୃତଜ୍ଞତା ପ୍ରକାଶ କରି କୋହଲି ଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ କୋହଲି ଙ୍କୁ ସେ କ୍ରିକେଟ ର ସର୍ବୋତ୍ତମ ଖେଳାଳି ବୋଲି କହି ପ୍ରଶଂସା କରି ସେ ଭାରତ ର ଗର୍ବ ବୋଲି ମଧ୍ୟ କହିଥିଲେ। ଭଗବାନ କୋହଲିଙ୍କୁ ଓ ତାଙ୍କ ପରିବାର ଉପରେ ଆଶୀର୍ବାଦ ବଜାୟ ରଖିଥାନ୍ତୁ ବୋଲି ମଧ୍ୟ କହିଥିଲେ।
Comments are closed.