Latest Odisha News

ପତ୍ନୀଙ୍କୁ ଦାମୀ ଘଣ୍ଟା ଉପହାର ଦେଲେ ରାହୁଲ: ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଛୋଟ ପରଦାର ମୋଷ୍ଟ ପପୁଲାର କପଲ ଭାବେ ପରିଚିତ ଅଭିନେତ୍ରୀ ଦିଶା ପରମାର ଓ ଅଭିନେତା ରାହୁଲ ବୈଦ୍ୟ । ଏହି କପଲ ଖୁବ୍‌ଶୀଘ୍ର ବାପାମାଆ ହେବାକୁ ଯାଉଛନ୍ତି । ଏହାକୁ ନେଇ ଉଭୟ ବହୁତ ଖୁସି ଥିବା ନଜର ଆସିଛନ୍ତି । ଏହି ଖୁସିରେ ରାହୁଲ ଦିଶାଙ୍କୁ ଏକ ଦାମୀ ଉପହାର ଦେଇଛନ୍ତି । ଏହି ଉପହାରକୁ ଦିଶା ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ରାହୁଲ ତାଙ୍କ ପତ୍ନୀ ଦିଶାଙ୍କୁ ବହୁତ ଭଲ ପାଆନ୍ତି । ସେ ମାଆ ହେବା ଜାଣିବା ପରେ ଖୁସିରେ ଦିଶାଙ୍କୁ ଏକ ଦାମୀ ଉପହାର ଦେଇଛନ୍ତି ରାହୁଲ । ରାହୁଲ ଏକ ଦାମୀ ଘଣ୍ଟା ଉପହାର ଦେଇଛନ୍ତି , ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା । ଏହି ଘଣ୍ଟା ମୂଲ୍ୟ ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଉପହାର ପାଇଁ ଦିଶା ଖୁସି ଏବଂ କୃତଜ୍ଞତା ଜଣାଇଛନ୍ତି । ରାହୁଲ କହିଥିଲେ, ‘ତୁମର ସମୟ ବର୍ତ୍ତମାନ ବଦଳିବାକୁ ଯାଉଛି ।’ ଭିଡିଓ ସେୟାର କରି ଦିଶା ଲେଖିଛନ୍ତି, ‘ମୋ ପିଲା ମୋତେ ମୋର ପ୍ରଥମ ରୋଲେକ୍ସ ଦେଇଛି ଏବଂ ମୁଁ ଶାନ୍ତ ରହିପାରିବି ନାହିଁ! ଧନ୍ୟବାଦ ରାହୁଲ ବୈଦ୍ୟ… ଲେଡି ବହୁତ ଖୁସ ହୈ!’

Leave A Reply

Your email address will not be published.