Latest Odisha News

BREAKING NEWS

ଅନ୍ଧାରି ବିଜେ ବେଳେ ବିଜେଡି ନେତାଙ୍କ ବାସଭବନରେ ରେଡ୍

କେନ୍ଦ୍ରାପଡ଼ା: ସରିଛି ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର। ଏବେ ଅନ୍ଧାରି ବିଜେ। ଜୁନ ଏକରେ ପଡ଼ିବ ଭୋଟ୍। ପଟ୍ଟାମୁଣ୍ଡାଇସ୍ଥିତ ଜଣେ ବିଜେଡି ନେତାଙ୍କ ବାସଭବନରେ ଗୁରୁବାର ବିଭିନ୍ନ ଏଜେନ୍ସି ଚଢ଼ାଉ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ପଟ୍ଟାମୁଣ୍ଡାଇ ନଗର ସଭାପତି ଖଗେଶ୍ୱର ଲେଙ୍କାଙ୍କ ଘର ଚଢାଉ କରି ଏସ୍ ଏସ୍ ଟି, ଆଇଟି ଅଧିକାରୀ, ନିର୍ବାଚନ ଆୟୋଗର ପର୍ଯ୍ୟବେକ୍ଷକ ଓ ଫ୍ଲାଇିଂ ସ୍କ୍ୱାଡ୍ ଘେରି ରହିଛନ୍ତି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସପି, ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଆଇଆଇସି ଉପସ୍ଥିତ ଥିବା ଜଣାପଡିଛି ।

ପ୍ରଚାର ଶେଷ ହୋଇଛି ଏହି ସମୟରେ କୌଣସି ପ୍ରାର୍ଥୀ ଆଉ ପ୍ରଚାର କରିପାରିବେ ନାହିଁ। କିନ୍ତୁ ଭୋଟ୍ କିଣାବିକାର ବେପାର ଏହି ସମୟରେ ପ୍ରାୟତଃ ହୁଏ। ତେଣୁ ଏହାକୁ ରୋକିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଅନେକ ସଂସ୍ଥା ସଜାଗ ରହିଥାନ୍ତି। ଆଉ ଯେଉଁଠି ଟଙ୍କା କାରବାର ହେଉଥିବାର ଆଭାସ ମିଳେ ସେଠାରେ ଚଢାଉ କରିଥାନ୍ତି ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ମାନେ।

Comments are closed.