କଟକ: ଗତ କିଛି ଦିନ ହେଲା କଟକରେ ନକଲି କାରବାରର ପର୍ଦ୍ଦାଫାଶ କରିବାରେ ଲାଗିଛି କମିଶନରେଟ୍ ପୋଲିସ । କେତେବେଳେ ନକଲି ମସଲା ତିଆରି କାରଖାନା ତ କେତେବେଳେ ନକଲି ସସ୍ ତିଆରି କାରଖାନା । ଆଜି ଜଗତପୁର ଉମାଶଙ୍କର ଭବନରେ ଚାଲିଥିବା ନକଲି ଗୁଟଖା କମ୍ପାନୀ ଉପରେ ଚଢ଼ାଉ ହୋଇଛି । ଜଗତପୁର ଥାନା ଅଧିକାରୀ ଉପସ୍ଥିତରେ ଏହି ଚଢଉ ହୋଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି ।
ଚଢଉ ବେଳେ ବିପୁଳ ପରିମାଣର କଞ୍ଚାମାଲ ଓ ପ୍ୟାକିଙ୍ଗରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶକୁ ଜବତ କରାଯାଇଛି । ଏହି ସ୍ଥାନରୁ ନାମୀଦାମୀ ବ୍ରାଣ୍ଡର ନକଲି ଗୁଟଖା ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ବୋଲି ଜଣାପଡିଛି ।
Comments are closed.