କେନ୍ଦ୍ରାପଡ଼ା: ଗୁରୁବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାର ମେଡିକାଲ ରୋଡରେ ଥିବା ବିଭିନ୍ନ ମେଡ଼ିସିନ ଷ୍ଟୋର ଏବଂ ଡିଜିଟାଲ ଏକ୍ସରେ ଦୋକାନ ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ତରଫରୁ ଚଢାଉ କରାଯାଇଛି । ଡ୍ରଗ ଇନିସପେକ୍ଟର, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ସଦଳବଳେ ମେଡିକାଲ ରୋଡରେ ଥିବା ମହାବୀର ମେଡ଼ିସିନ ଷ୍ଟୋର, ସଂଜୀବନୀ ମେଡ଼ିସିନ ଷ୍ଟୋର ଉପରେ ଚଢାଉ କରିଥିଲେ । ଏହି ମେଡ଼ିସିନ ଷ୍ଟୋରରୁ ଅନେକ ନକଲି ମେଡ଼ିସିନ ଡ୍ରଗ ସ୍କ୍ୱାର୍ଡ଼ ଜବତ କରି ପରୀକ୍ଷା କରିବା ପାଇଁ ନେଇଛି । ଏଥିସହ ଏହି ଦୁଇଟି ମେଡ଼ିସିନ ଷ୍ଟୋରକୁ ମଧ୍ୟ ସିଲ କରାଯାଇଛି । ଏହାପରେ ଅନିତା ଡିଜିଟାଲ ଏକ୍ସରେ ଏବଂ ମମତା ଡିଜିଟାଲ ଏକ୍ସରେ ଉପରେ ଚଢାଉ କରାଯାଇଥିଲା । ଏହି ଦୁଇଟି ଲ୍ୟାବର କୌଣସି କାଗଜପତ୍ର ଠିକ ନ ଥିବାରୁ ପ୍ରଶାସନ ତରଫରୁ ସିଲ କରାଯାଇଛି । ଏହି ଚଢାଉ ସମୟରେ କେନ୍ଦ୍ରାପଡ଼ା ପୋଲିସ ପ୍ରଶାସନ ଉପସ୍ଥିତ ରହି ଦୋକାନ ଗୁଡିକୁ ସିଲ କରିଥିଲା । ଏହି ଚଢ଼ାଉକୁ ଦେଖି କିଛି ଦୋକାନୀ ଭୟରେ ଦୋକାନ ବନ୍ଦ ରଖିଥିଲେ । ଦୀର୍ଘ ଦିନ ପରେ କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ କିନ୍ତୁ ପ୍ରଶାସନର ଏଭଳି କାର୍ଯ୍ୟକ୍ରମ କୁ ନା ପସନ୍ଦ କରିଛି ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଟାନ କମିଟି । ଏହା ପ୍ରଶାସନର ରାଜନୈତିକ ପ୍ରଣୋଦିତ ବୋଲି ଦାବି କରିଛି କମିଟି । ଗତ ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ କେନ୍ଦ୍ରାପଡ଼ା ବନ୍ଦ କରିଥିଲା କ୍ରିୟାନୁଷ୍ଟାନ କମିଟି । ଜ଼ିଲ୍ଲା ପ୍ରଶାସନ କାହିଁକି ଆଗରୁ ଏଭଳି ପଦକ୍ଷେପ ନେଉ ନ ଥିଲା । ବନ୍ଦ ସଫଳ ହୋଇଥିବାରୁ ପ୍ରଶାସନ କାହା ଚାପରେ ଏଭଳି ପଦକ୍ଷେପ ନେଇଥିବା କ୍ରିୟାନୁଷ୍ଠାନ କମିଟି ର ସଦସ୍ୟମାନେ ପ୍ରକାଶ କରିଚନ୍ତି ।
BREAKING NEWS
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
Comments are closed.