ଭୁବନେଶ୍ୱର: ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଆଦିବାସୀ କୁଡମି ସମାଜ ଦ୍ୱାରା ରେଳ ରୋକ ଆନ୍ଦୋଳନ କରାଯାଇଛି। ଏଥିଲାଗି ବୁଧବାର ସକାଳଠାରୁ ଟ୍ରେନ୍ ସେବାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବତଟ ରେଳବାଇ (ECoR) ମଙ୍ଗଳବାର ସୂଚନା ଦେଇଛି।
ଆଜି ଭୁବନେଶ୍ୱର-ଧନବାଦ୍ ଏକ୍ସପ୍ରେସ ଭୁବନେଶ୍ୱରରୁ ବାହାରିଥିବା ବେଳେ ସନ୍ଧ୍ୟା ପରଠାରୁ ଉକ୍ତ ଏକ୍ସପ୍ରେସକୁ ବାତିଲ କରିଦିଆଯାଇଛି। ଦୁରୋନ୍ତୋ, କଳିଙ୍ଗ ଉତ୍କଳ ଏବଂ ରାଜଧାନୀ ଭଳି ଟ୍ରେନର ମାର୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ଦୁଇଟି ରେଳ ବାତିଲ କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ୦୨୮୩୨- ଭୁବନେଶ୍ୱର-ଧନବାଦ ସ୍ପେସିଆଲ ଟ୍ରେନ ବାତିଲ କରାଯାଇଛି। ସେହିପରି ୧୨୮୭୬-ଆନନ୍ଦବିହାରରେ ଆଜି ଆନ୍ଦନବିହାର-ପୁରୀ ନିଳାଦ୍ରୀ ଏକ୍ପେପ୍ପେସ ବାତିଲ ରହିଛି।
ସେହିପରି ୪ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି।
- ୧୨୮୦୧/୧୨୮୦୨ – ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଡାଇଭର୍ସନ କରାଯାଇ ଭଦ୍ରକ-ହିଞ୍ଜିଳି-ମିଦନାପୁର-ଅଦ୍ରା- ଗୋମୋହ ଦେଇ ଚାଲିବ।
- ୧୮୪୭୭/୧୮୪୭୮- ପୁରୀ-ଋଷିକେଶ- ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉଭୟ ଦିଗରୁ ମାର୍ଗ ପରିବର୍ତ୍ତନ କରାଯାଇ ସମ୍ବଲପୁର-ଝାରସୁଗୁଡା ରୋଡ-ଆଇବି ରୁଟ ଦେଇ ଚାଲିବ।
- ୨୨୮୨୪- ନୂଆଦିଲ୍ଲୀରୁ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀରୁ ଗୋମୋହ-ଅଦ୍ରା-ମିଦନାପୁର-ହିଞ୍ଜିଳି-ଭଦ୍ରକ ଦେଇ ଚାଲିବ।
- ୧୩୩୫୧/୧୩୩୫୨ ଧାନବାଦ୍-ଆଲେପି-ଧାନବାଦ୍ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଏବଂ ୧୮୩୧୦ ଜମ୍ମୁ ତାୱି ସମ୍ବଲପୁର ଏକ୍ସପ୍ରେସ ରାଞ୍ଚି-ଟୋରୀ ମାର୍ଗ ଦେଇ ଚାଲିବ।
କୁଡମି ସମ୍ପ୍ରଦାୟ ଆଦୀବାସୀ ଏସଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ଏବଂ କୁଡମାଲୀ ଭାଷାକୁ ଅଷ୍ଚମ ଅନୁସୂଚୀତ ଭାଷାରେ ଅନ୍ତର୍ଭୁକ୍ତ କରିବା ଦାବିରେ ଛଅ ଦିନ ଧରି ଆନ୍ଦୋଳନ କରିଆସୁଛିନ୍ତି। କୁଡୁମି ସମ୍ପ୍ରଦାୟ ଲୋକେ ‘ରେଳ ଟେକା-ଡାଙ୍ଗର ଛେକା’ ନାମରେ ରେଳ ରୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗର ଆଠଟି ରେଳ ଷ୍ଟେସନରେ ଏହି ଆନ୍ଦୋଳନ କରୁଥିବା ସେପ୍ଟେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।
Comments are closed.